ଦୁଇ ୱାରେଣ୍ଟି ଗିରଫ
Two warrants have been arrested
ସାକ୍ଷୀଗୋପାଳ------- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଓନିରପେକ୍ଷ ଭାବେ ନିର୍ବାଚନ କରିବା ପାଇଁ ପୁରୀଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀରେ ୱାରେଣ୍ଟ ମାନଙ୍କୁ ଗିରଫ କରାଯାଉଛି ବୋଲି ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଏହି ଅବସରରେ ୨୦୦୭ ମସିହାରୁ ପୋଲିସ ଆଖିରେ ଧୁଳି ଦେଇ ମୌଳିକପାଟଣା ଗ୍ରାମର ବାପି ଓରଫ ଦେବାଶିଷ ସାହୁ ବୁଲୁଥିଲେ । ଗତ କାଲି ରାତିରେ ପୋଲିସ କେସଣସି ସୁତ୍ରରୁ ଖବର ପାଇ ବାପିକୁ ଗିରଫ କରିବାରେ ସକ୍ଷମ ହୋଇଛି । ସେହିପରି ଗୁଆଳିପାରି ଗ୍ରାମର ରାଜ କିଶୋର ପ୍ରଧାନ ୨୦୨୧ରେ ତାଙ୍କ ନାମରେ ୱାରେଣ୍ଟ ଥିବାରୁ ତାଙ୍କୁ ଗିରଫ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨---୮,୨୦ Sakhigopal News, 21/1/2022