Breaking News

ଓରାରେ ରଶି ଲଗାଇ ଯୁବକର ମୃତ୍ୟୁ

 Death of a young man with a rope in Ora.
ଭଞ୍ଜନଗର--- ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ତଳଜୀବିକା ଗ୍ରାମର ଶଙ୍କର ପ୍ରଧାନ ଓରାରେ ରଶି ଲଗାଇ ଆମ୍ରହତ୍ୟା କରିଥିବା ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ସୁଚନା ଦେଇଛନ୍ତି ।  ଏହି ଘଟଣାକୁ ନେଇ ତାରସିଂ ଥାନାରେ ୪/୨୨ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି । ଖବର ନେବାରେ ଶଙ୍କର ପ୍ରତ୍ୟେକ ଦିନ ମଦପାନ କରିଆସି ସ୍ବୀଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ ମାରିବାରୁ ସ୍ବୀ ତାଙ୍କ ବାପା ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ରହି ଆସୁଥିଲେ। ଆଜି ଶଙ୍କର କବାଟ ଦେଇ ଉପର ଘରେ ରହିଥିବାରୁ ବହୁ ସମୟ  ଧରି କବାଟ ନ ଖୋଲିବାରୁ ଶଙ୍କର ମା ସାହିପଡେଶୀ ଲୋକଙ୍କୁ ଡାକି କବାଟ ଖୋଲିବାରୁ ଶଙ୍କର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଶଙ୍କର ସ୍ବୀଙ୍କୁ ଶାଶୁ ଖବର ଦିଆଯାଇଥିଲା । ପରେ ସ୍ବୀ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ୍ୟୁ ଶଙ୍କର ସ୍ବୀ ଗାଲେରୀ ଫାଣ୍ଡିରେ ଖବର ଦେଇଥିଲେ । ପରେ ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ଶଙ୍କର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିବା ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।ଆସନ୍ତାକାଲି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୨/୧/୨୦୨୨----୯,୨୫  Sakhigopal News,22/1/2022

Blog Archive

Popular Posts