ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷକ ସତ୍ୟବାଦୀ ବ୍ଳକ ପରିଦର୍ଶନ
Panchayat Election Observer Visits Satyavadi Bloc
ସାକ୍ଷୀଗୋପାଳ--- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଆଜି ହେଉଛି ଶେଷ ଦିବସ ।ଏଥିଯୋଗୁ ସତ୍ୟବାଦୀର ବିଭିନ୍ନ ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟ ମାନଙ୍କରେ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି । ବିଶେଷ କରି ବ୍ଳକ ଓ ପ୍ରାର୍ଥୀ ମାନେ କୋଭିଡ ଗାଇଡି ଲାଇନି ମାନୁଛନ୍ତି କି ନାହିଁ ପ୍ରାର୍ଥୀପତ୍ର ଦାଖଲ ସମୟରେ କୋଭଡ ଗାଇଡି ଲାଇନି ପାଳନ କରାଯାଉଛି କି ନାହିଁ ଯାଞ୍ଚ କରିଥିଲେ ପର୍ଯ୍ୟବେକ୍ଷକ ଅବନୀକାନ୍ତ ପଟ୍ଟନାୟକ । ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସହିତ ପଞ୍ଚାୟତ ନିର୍ବାଚନ ସମ୍ପକୀୟ ଆଲେଚନା କରିଥିଲେ । ବ୍ଳକ ପ୍ରଶାସନ ପକ୍ଷରୁ କରାଯାଇଥବା ନିୟମ ଓ କୋଭିଡ ଗାଇଡି ଲାଇନି ସଠିକ ଭାବେ ପାଳନ କରାଯାଉଥିବା ଦେଖି ଖୁସିମତ ପ୍ରକାଶ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨---୮,୧୧
Sakhigopal News, 21/1/2022