Breaking News

୪୨ ଜଣ ପ୍ରାର୍ଥୀପତ୍ର ପତ୍ୟାହାର କଲେ

Forty-two candidates withdrew.


ସାକ୍ଷୀଗୋପାଳ----- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିକ ରହିଥିଲା । ସତ୍ୟବାଦୀ ବ୍ଳକରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ୩୦୫ଟି ୱାର୍ଡ ରହିଛି । ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକିୟା ଶେଷ ହେବା ପରେ ୬୪୭ ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ୨୫ଜଣ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।  ୯୨  ଜଣ ସରପଞ୍ଚ ପ୍ରାର୍ଥୀ ରହିଥିବା ବେଳେ ୯ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସେହିପରି  ପଞ୍ଚାୟତ ସମିତିସଭ୍ୟ ପାଇଁ ୮୪ ଜଣ ପ୍ରାର୍ଥୀପତ୍ର  କାଏମ ରହିଥିଲା ବେଳେ ୮ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।   ୬୨୨ଜଣ ୱାର୍ଡ ସଭ୍ୟସଭ୍ୟ ନିର୍ବାଚନ ମଇଦାନରେ ଥିବା ବେଳେ ୮୩ଜଣ ସରପଞ୍ଚ ଓ୭୬ ଜଣ ସମିତିସଭ୍ୟସଭ୍ୟା ପାଇଁ ମଇଦାନକୁ  ଓହ୍ଳାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧/୨୦୨୨---୬,୫୫   Sakhigopal News, 26/1/2022

Blog Archive

Popular Posts