Breaking News

ଜଟଣୀ ପ୍ରେସକ୍ଲବ ପକ୍ଷରୁ 73 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

The Jatani Press Club has celebrated its 73rd anniversary.
ଜଟଣୀ----- ଜଟଣୀ ପ୍ରେସକ୍ଲବ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରେସକ୍ଲବ ର ସଭାପତି ମହମ୍ମଦ ଇଶ୍ମାଇଲ ଅଲି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସହ ଜଟଣୀର କେତେକ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଅସାମାଜିକଙ୍କ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳୁଛି। ତେଣୁ ସରକାର ଚତୁର୍ଥସ୍ଥମ୍ଭ କହୁଥିବା ଗଣମାଧ୍ୟମ ପ୍ରତି ଟିକେ ଦୃଷ୍ଟି ଆକର୍ଷଣ କଲେ ଭଲ ହୁଅନ୍ତା ବୋଲି କହିଥିଲେ। ସେହିପରି ଏହି ଅବସରରେ ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ସାମ୍ବାଦିକ ମାନଙ୍କ ପାଇଁ ମତ ପୋଷଣ କରିଥିଲେ। ସାମ୍ବାଦିକମାନେ ନିରପେକ୍ଷ ଓ ଗଠନ ମୂଳକ ଭାବେ ଖବର ପରିବେଷଣ କରନ୍ତୁ। ସବୁବେଳେ ଅନ୍ୟାୟ କୁ ବିରୋଧ କରନ୍ତୁ।ତେବେ ଯାଇ ଏ ସମାଜ ବଦଳିବ। ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରେସକ୍ଲବର ସମ୍ପାଦକ ହୃଦାନନ୍ଦ କୋଦମସିଂହ ୭୩ତମ ସାଧାରଣତନ୍ତ୍ର ଦିବସରେ ପ୍ରେସକ୍ଲବ ଜଟଣୀ ତଥା ଆଖପାଖ ଅଞ୍ଚଳରେ ଲୋକମାନଙ୍କ ପ୍ରତି ହୋଇଥିବା ସମସ୍ୟାକୁ କେଉଁ ଭଳି ସମାପନ କରିଛି, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ରଙ୍ଗନାଥ ବେହେରା ପରିଚାଳନା କରିଥିଲେ। ଏଥିରେ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୨----୯,୪୫
Sakhigopal News,27/1/2022

Blog Archive

Popular Posts