ଜୁଆ ଆଡ୍ଡା ଉପରେ ଚଢ଼ଉ , 8 ଗିରଫ , 2 ଲକ୍ଷ 64 ହଜାର ଟଙ୍କା ଜବତ
Gambling raid, 8 arrests, Rs 2,64,000 seized.
ଭଞ୍ଜନଗର---- ଭଞ୍ଜନଗର ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ସଜାଗ ନୀତି ଆରମ୍ଭ ହୋଇଛି । ଏକ ପରିତ୍ୟକ୍ତ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ପୋଲିସ । ସୋମବାର ସନ୍ଧ୍ୟାରେ କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଉଁଶଲୁଣ୍ଡି ନିକଟ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା ପୋଲିସ ଟିମ୍ । ଏହି ଚଢାଉ ରେ ୮ ଜୁଆଡି ଙ୍କୁ ଗିରଫ କରାଯାଇଥିବା ବେଳେ , ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୬୪ ହଜାର ୪୩୫ ଟଙ୍କା ଜବତ ହୋଇଥିଲା । ଏହାସହ ୩ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ । ମଙ୍ଗଳବାର ଦିନ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି , ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧/୨୦୨୨-----୯,୧୫ Sakhigopal News, 24/1/2022