Breaking News

ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରାର୍ଥୀ ମାନଙ୍କର ସତ୍ୟପାଠ ପ୍ରକାଶ ପାଇଲା

Candidates have been released for public comment.


ସାକ୍ଷୀଗୋପାଳ---- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଭାବେ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଶେଷ କରି ସରପଞ୍ଚ ଓ ସମିତିସଭ୍ୟସଭ୍ୟ ମାନେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସେମାନେ କୋର୍ଟ ଆଫେଟିଭ ବା ଘୋଷଣାପତ୍ର ଦାଖଲ କରିଥିଲେ । କେଉଁ ମାନଙ୍କ ବିରୁଧରେ ବା ସେମାନଙ୍କ ନାମରେ କେଉଁ କେଉଁ କେସରେ ଜଡିତ ତାହା ସତ୍ୟପାଠ କରି ଦାଖଲ କରିଥିଲେ । ପ୍ରାର୍ଥପତ୍ର ଯାଞ୍ଚ ସରିବା ପରେ ବ୍ଳକ କାର୍ଯ୍ୟାଳୟ ଆଗରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମରାଯାଇଛି । ଯାହାକି ଲୋକମାନେ ସେମାନଙ୍କ ପ୍ରାର୍ଥୀ ସତ୍ୟ ପ୍ରକାଶ କରିଛନ୍ତି କି ନାହିଁ ଜାଣି ପାରିବେ ବୋଲି ବିଡିଓ ତଥା ପଞ୍ଚାୟତ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨---୭,୦୫   

 Sakhigopal News, 24/1/2022

Blog Archive

Popular Posts