ବିଜେଡି ସମର୍ଥନରେ ନାମାଙ୍କନ ପତ୍ର ଦାଖଲ କଲେ ଜ୍ୟୋସ୍ନାରାଣୀ
Josnarani filed nomination papers in support of the BJD
ଜଟଣୀ -----ଜାମୁକୋଳି ପଞ୍ଚାୟତରେ ଯୁବ ବର୍ଗ ଙ୍କୁ ମିଳୁଛି ଗୁରୁତ୍ୱ ।ଭୋଟର ମାନଙ୍କର ପ୍ରଥମ ପସନ୍ଦ ଶିକ୍ଷିତ ଯୁବ ପ୍ରାର୍ଥୀ । ସେହି କ୍ରମରେ ଆଜି ଜଟଣୀ ବ୍ଲକ କାର୍ଯ୍ୟାଳୟରେ ଜାମୁକୋଳି ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବ ଚେହେରା ।ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ହୋଇଥିଲେ ସୁଦ୍ଧା ବିଜେଡି ସମର୍ଥନରେ ପଞ୍ଚାୟତର ଜନସାଧାରଣଙ୍କ ସେବା କରିବା ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି ଜ୍ୟୋସ୍ନାରାଣୀ ଦାସ । ସମିତି ସଭ୍ୟ ପଦବୀ ପାଇଁ ନିଜର ସମର୍ଥକ ମାନଙ୍କ ସହ ଜଟଣୀ ବ୍ଲକରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।ସାରା ରାଜ୍ୟରେ ନିର୍ବାଚନୀ ଉଷ୍ମତା ବଢ଼ି ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ମଧ୍ୟ ମାହୋଲ ସରଗରମ ରହିଛି । 2017 ପଞ୍ଚାୟତ ନିର୍ବାଚନରେ ଜଟଣୀ ବ୍ଲକରେ ବିଜେଡିର ପ୍ରଦର୍ଶନ ଆଶାନୁରୂପ ହୋଇ ନଥିଲା । ଯେଉଁ କାରଣରୁ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ 2022 ନିର୍ବାଚନରେ ନୂଆ ଶିକ୍ଷିତ ତଥା ଯୁବ ପ୍ରାର୍ଥୀ ମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଶ୍ରୀମତୀ ଜ୍ୟୋସ୍ନାରାଣୀ ଦାସଙ୍କ କହିବା ଅନୁସାରେ ଜାମୁକୋଳି ଗ୍ରାମ ପଞ୍ଚାୟତରେ ଏପର୍ଯ୍ୟନ୍ତ ପିଇବା ପାଣି, ରାସ୍ତାଘାଟ, କ୍ରୀଡା, ଚାଷ ଏବଂ ଆଲୋକୀକରଣର ସୁବ୍ୟବସ୍ଥା ହୋଇପାରିନାହିଁ । ପଞ୍ଚାୟତ ରେ ଏସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସମସ୍ତଙ୍କୁ ସାଥିରେ ନେଇ ପ୍ରତ୍ୟେକ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୧/୧/୨୦୨୨-----୯,୪୫ Sakhigopal News,21/1/2022