Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ୭୩ତମ ଗଣତନ୍ତ୍ର ଦିବସ ପାଳନ

Khordha Road Railway Zone celebrates its 73rd Republic Day

ଜଟଣୀ---- ଖୋର୍ଦ୍ଧା ରୋଡ଼ ସ୍ଥିଥ ରେଲୱେ ଷ୍ଟାଡିୟମ୍ ଠାରେ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା  ୭୩ତମ ଗଣତନ୍ତ୍ର ଦିବସ, କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି ।ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଜାତୀୟ ପତାକା ଉତ୍ତୋଳନ କରି ଆରପିଏଫ ଏବଂ ସ୍କାଉଟ୍ସ ଏବଂ ଗାଇଡର ବ୍ୟାଣ୍ଡ୍ ପ୍ଲାଟୁନଙ୍କ ଠାରୁ ଗାର୍ଡ ଅଫ୍ ଅନର ନେଇଥିଲେ। 
୭୩ତମ ଗଣତନ୍ତ୍ର ଦିବସ ଅବସରରେ ଶ୍ରୀ ରିଙ୍କେଶ ରୟ ମଣ୍ଡଳର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷରେ ମଣ୍ଡଳ ର ସଫଳତାକୁ ମୂଲ୍ୟାଙ୍କନ କରିଥିଲେ । ସ°ପ୍ରତି  କୋଭିଡ ବୃଦ୍ଧି ସମୟରେ, ଟ୍ରେନ୍ ଅପରେସନରେ ଦିନରାତି କାମ କରୁଥିବା ସମସ୍ତ ଆଗଧାଡିର କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ମଣ୍ଡଳ ପ୍ରବନ୍ଧକ ପ୍ରଶଂସା କରିଥିଲେ।

 ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଦ୍ଵାରା ସର୍ବୋପରି ଲକ୍ଷ୍ୟ ହାସଲ କରିବା ପାଇଁ ସେ ସମସ୍ତ କର୍ମଚାରୀଙ୍କୁ ସମାନ ଧରଣର ଉତ୍ସର୍ଗୀକୃତ ଏବଂ ସହଯୋଗ ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । କଠିନ ପରିଶ୍ରମ ଏବଂ ଦିନରାତି ସେବା ପାଇଁ ମଣ୍ଡଳ ର ସମସ୍ତ ବିଭାଗକୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା ।

 ଏହି ଅବସରରେ ମଣ୍ଡଳର ଅତିରିକ୍ତ ରେଳ ପ୍ରବନ୍ଧକ(ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ରେଳ ପ୍ରବନ୍ଧକ (ଇନଫା) ଶ୍ରୀ ଅଶୋକ କୁମାର ଏବଂ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବ ତଟ  ରେଲୱେ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ର,  ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ରୟ, ଏବଂ  ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

କର୍ମଚାରୀଙ୍କ ସୁବିଧା ପାଇଁ ଏକ ଅଂଶ ଭାବରେ, ସୀତାରାମ ଛକ ନିକଟ ଟ୍ରାଫିକ୍ କଲୋନୀରେ 4 ଟି ୟୁନିଟ୍ ଟାଇପ୍ -5 କ୍ୱାର୍ଟର୍ସ 26 ଜାନୁଆରୀ 2022 ରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଦ୍ୱାରା ଉଦଘାଟିତ ହୋଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୨   
Sakhigopal News,27/1/2022

Blog Archive

Popular Posts