Breaking News

ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପ୍ରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ

Plastic company inaugurated in Delang.

ସାକ୍ଷୀଗୋପାଳ--------  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ମାନଙ୍କୁ  ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ କରିବା ପାଇଁ ଏକ ପ୍ରଶିକ୍ଷଣର ବନ୍ଦେବସ୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ।  ବିଶେଷ କରି ପ୍ରାର୍ଥୀ ମାନେ ପ୍ରଥମେ ଆଚରଣ ବିଧି ନିୟମ ପାଳନ କରିବେ । ବ୍ୟବହାର କରିବା ପାଇଁ ଗାଡି ର ଅନୁମତି ନେବା ଦରକାର । ନିର୍ବାଚନ ପାଇଁ ସମସ୍ତ ଖର୍ଚ୍ଚ ର ବିବରଣୀ ଲିପିବଦ୍ଧ  କରିବା ପ୍ରଶାଳୀ ସମ୍ପକରେ ପ୍ରଶିକ୍ଷଣ ଦିଆଯିବ । ବ୍ଳକ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଜୋନ ଅନୁଯାୟୀ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ବିଡିଓ ତଥା ବ୍ଳକ ପଞ୍ଚାୟତ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ୩୧ନଂଜୋନ ୧୧ ଘଟିକା, ୩୨ ନଂ ଜୋନ୧୨ ଘଟିକା ଓ ୩୩ନଂଜୋନ ୧ ଘଟିକାରେ ପ୍ରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୨---୧୦,୧୫    Sakhigopal News, 28/1/2022

Blog Archive

Popular Posts