ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶିକ୍ଷକ ବୃନ୍ଦ
ଡେଲାଙ୍ଗ - ଗୁଆଳିପଡା ଗ୍ରାମ ପଞ୍ଚାୟତ ଅଧୀନ ହୁରୁହୁରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ସେଠୀ (୫୮)ଙ୍କ ଅକାଳ ବିୟୋଗ ହୋଇଯାଇଛି । ବୀରମୁକୁନ୍ଦପୁରସ୍ଥ ବାସଭବନରେ ତାଙ୍କ ପରିବାରବର୍ଗଙ୍କୁ ସର୍ବପଲୀ ସଂଯୁକ୍ତ ଉଚ୍ଚ ବିଦ୍ୟାପୀଠ ଅଭୟମୁଖୀ ରାମଚନ୍ଦ୍ରପୁରର ପ୍ରଧାନଶିକ୍ଷକ ଧୃବ ଚରଣ ବରାଳ, ସିଆରସିସି କ୍ଷେତ୍ରବାସୀ ଆଳୁକ, ଶିକ୍ଷକ କୁଳମଣି ଛାଟୋଇ, ଦୁଃଶାସନ ସାହୁ,ନଇମାନ୍ ମୁଣ୍ଡା, ପ୍ରସନ୍ନ ପାତ୍ର, ପବିତ୍ର ଭୋଇ, ନାରାୟଣ ସେଠୀ, ବାପୁନି ସ୍ଵାଇଁ, ଅଭୟ ଚରଣ ସାହୁ ଓ ଅନ୍ୟମାନେ ଭେଟି ସମବେଦନା ଜଣାଇଛନ୍ତି। ମସ୍ତିଷ୍କ ଆଘାତ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୋଇଥିଲା ।ଡେ଼ଲାଙ୍ଗ ବିଇଓ ଶତୃଘ୍ନ ବେହେରା, ଏବିଇଓ ଲକ୍ଷ୍ମଣ ପ୍ରଧାନ , ଏବିଇଓ ବୃନ୍ଦ, ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା, ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ସମ୍ପାଦକ ପ୍ରଶାନ୍ତ ଦାସ,ଶିକ୍ଷକ କୈଳାସ ସ୍ଵାଇଁ ,ଦିତିକାନ୍ତ ପ୍ରଧାନ, କରୁଣାକର ମଲ୍ଲିକ, ସର୍ବେଶ୍ବର ବେହେରା, ରବିନ୍ଦ୍ର ନାୟକ, ଚନ୍ଦ୍ରଶେଖର, ରଶ୍ମି ରଞ୍ଜନ ବଡ଼ଜେନା, ପବିତ୍ର ଜେନା, ବିକ୍ରମ ପାତ୍ର,ବିଚିତ୍ରାନନ୍ଦ ନାୟକ,ପ୍ରଭାତ ସେଠୀ, ଗଙ୍ଗାଧର ମଲ୍ଲିକ, ରବିନ୍ଦ୍ର ବେହେରା,ବିଜୟ ବିଶ୍ବାଳ,ଶରତ ପ୍ରଧାନ,ସୂର୍ଯ୍ୟକାନ୍ତ ନାୟକ ,ଶିକ୍ଷୟିତ୍ରୀ ରମାମଣି ପରିଡ଼ା , ସକିନା ବେଗମ୍ ଙ୍କ ସହ ଡେଲାଙ୍ଗ-ବ୍ଲକ୍ ର ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ, ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସ୍ଥାନୀୟ ଜନସାଧାରଣ ତାଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।ଏକ ଶୋକାକୁଳ ପରିବେଶରେ ଗ୍ରାମକୁ ତାଙ୍କ ପାର୍ଥିବ ଶରୀରକୁ ଅଣାଯାଇ ଶେଷ ଦର୍ଶନ ପରେ ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଗ୍ରାମ ପଞ୍ଚାୟତ ଅଧୀନ ବୀରମୁକୁନ୍ଦପୁରସ୍ଥ ବାସ ଭବନରେ ତାଙ୍କର ଦୁଇ ପୁତ୍ର ସ୍ଵାଧୀନ, ସଂଗ୍ରାମ, ପତ୍ନୀ ଶାନ୍ତିଲତା, ଝିଆରୀ ସୋନାଲି,ଭାଇ ନିଳକଣ୍ଠଙ୍କୁ ଶିକ୍ଷକମାନେ ଭେଟି ଆଶ୍ଵାସନା ଦେଇଛନ୍ତି। ତାଙ୍କ ପରିବାରଙ୍କୁ ସରକାରୀ ବିଧି ଅନୁସାରେ ଥିବା ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଶିକ୍ଷା ପ୍ରଶାସନକୁ ଶିକ୍ଷକମାନେ ନିବେଦନ କରିଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୬/୨୦୨୫---୧୧,୪୫ Sakhigopal News,13/6/2025