Breaking News

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Young man killed in bike accident

ଭଞ୍ଜନଗର---- ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଖଇରପଟି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏଥିରେ ଆସିକାର ସୁନାମ ସାହିର ଅସିତ୍ କୁମାର ନାୟକ (୩୮) ମୃତ୍ୟୁ ବରଣ କରିଛନ୍ତି।  ପ୍ରକାଶ ଯେ ଅସିତ୍ ନିଜ ବାଇକରେ ସନ୍ଧ୍ୟା ସମୟରେ ଭଞ୍ଜନଗରକୁ କୌଣସି କାମରେ ଆସୁଥିଲେ।  ବାଟରେ ଖଇରପଟି ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଫଳରେ ଅସିତ୍ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ କୁ ଅଣାଯାଇଥିଲା।  ମେଡିକାଲ ରେ ଅସିତ୍ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୨----୧୧,୪୫ Sakhigopal News,27/1/2022

Blog Archive

Popular Posts