ନନ୍ଦିଘୋର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପାର୍ଥୀ ପତ୍ର ଦାଖଲ
ଓଡ଼ଗାଁ:- ଆସନ୍ତା ଫେବୃଆରୀ ୧୬ ତାରିଖରେ ନନ୍ଦିଘୋର ପଞ୍ଚାୟତରେ ଭୋଟ୍। ନନ୍ଦିଘୋର ପଞ୍ଚାୟତ ହେଉଛି ଏକ ଚର୍ଚ୍ଚିତ ପଞ୍ଚାୟତ। ଏ ବର୍ଷ ନନ୍ଦିଘୋର ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ସାଧାରଣ ବର୍ଗ ସଂରକ୍ଷିତ ରହିଛି। ବିଶେଷ ସୁତ୍ର ରୁ ଜଣା ପଡିଛି ଯେ, ପୂର୍ବତନ ସରପଞ୍ଚ ଶ୍ୱେତାଲିନା ମିଶ୍ର ଏଥରକ ମଧ୍ଯ ବିଜେଡି ସମର୍ଥିତ ସରପଞ୍ଚ ପଦବୀ ପାଇଁ ପାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜେଡି ରୁ ହରେକୃଷ୍ଣ ଦୋରା ମଧ୍ଯ ପାର୍ଥୀ ପତ୍ର ଦାଖଲ କରିଛନ୍ତି।
ଏହାସହ ବିଜେପି ରୁ ଗୀତାଞ୍ଜଳି ପ୍ରଧାନ, ମନୋଜ ପଟ୍ଟନାୟକ, ଗଦାଧର ମହାନ୍ତି ସରପଞ୍ଚ ପଦବୀ ପାଇଁ ମଇଦାନ କୁ ଓହ୍ଲାଇବେ ।
ସେହିପରି କଂଗ୍ରେସ ଦଳରୁ ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ନନ୍ଦିଘୋର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପାର୍ଥୀ ପତ୍ର ଦାଖଲ କରିଛନ୍ତି ଓ କହିଛନ୍ତି ଲଢେଇ ବିଜେଡି-କଂଗ୍ରେସ ମଧ୍ଯରେ ଜୋରଦାର ହବ। ଲୋକମତ ନିଶ୍ଚିତ କଂଗ୍ରେସ ସପକ୍ଷରେ ଯିବ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୧/୧/ ୨୨----୯,୧୦
Sakhigopal News,21/1/2022