ଆଜାଦି କା ଅମୃତ ମହୋତ୍ସବ ସୁଆଣ୍ଡୋରେ ପାଳିତ
The Azadi Ka Amrit Festival is celebrated in Suando
ସାକ୍ଷୀଗୋପାଳ----- ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଭାରତୀୟ ଖାଦ୍ୟ ନିଗମ ମଣ୍ଡଳ ପ୍ରବନ୍ଧକ ରାମଫୁଲ ମିନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ମହୋତ୍ସବ ପାଳନ କରିଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମଣ୍ଡଳ ପ୍ରବନ୍ଧକ ଶ୍ରୀ ମିନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କୋଭିଡ ଗାଇଡି ଲାଇନି ଅନୁଯାୟୀ ମହୋତ୍ସବ ପାଳନ କରାଯାଇଥିଲା । ପଣ୍ଡିତ ଗୋପବନ୍ଧୁ ଜଣେ ଏକଧାରାରେ ସ୍ୱାଧୀନତା ସଂଗ୍ରାମୀ, ଓଡିଆ ଭାଷାର ପ୍ରଚାରକ, ସାମ୍ବାଦିକ, ଲେଖକ, ସାହିତ୍ୟକ, ସେବକ, ଗରିବର ବନ୍ଧୁ, ଶିକ୍ଷକ,ବିହାର ଓଡିଶା ଲାଟସଭାର ସଦସ୍ୟ, କଂଗ୍ରେସ ଦଳର ଓଡିଶାର ପ୍ରଥମ ସଭାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠାତା, ସର୍ବୋପରି ଓଡିଆ ଦୈନିକ ଖବର କାଗଜ ‘ସମାଜ’ର ପ୍ରତିଷ୍ଠାତା ବୋଲି ଶ୍ରୀ ମିନା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରୋଜ କୁମାର ସ୍ୱାଇଁ, ଅର୍ମିତ କୁମାର ବିଭାଗୀୟ କର୍ମଚାରୀ ତଥା କେଦାର ନାଥ ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପୁଣ୍ରାତ୍ମା ଗୋପବନ୍ଧୁଙ୍କଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୨---୯,୪୦ Sakhigopal , News--29/1/2022