ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସଭା
Farewell meeting at Satyavadi High School.
ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଶାନ୍ତି ହୋତା ଯିଏକି ପ୍ରାଥମିକ ସ୍ତରରେ ଶିକ୍ଷୟତ୍ରୀ ଭାବେ ଏଠାରେ କାର୍ଯ୍ୟତର ଥିଲେ । ସେ ପଦୋନ୍ନତି ପାଇ କାଦୁଆ ପ୍ରାଥମିକ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ବଦଳି ହୋଇଛନ୍ତି । ସେହିପରି ରାଜ କିଶୋର ପଣ୍ଡା ପାଚକ ସହାୟତ ଭାବେ ଅବସର ନେଇଛନ୍ତି । ଉଭୟଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ ପ୍ରଦାନ କରାଯାଇଛି । କୋଭିଡ ଗାଇଡି ଲାଇନି ମାନି କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ସଭାପତିତ୍ୱ ରେ ଦୁଇ ଜଣଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଶିକ୍ଷକ ବିଜୟ କୁମାର ପରିଡ, ସତ୍ୟବାଦୀ ଦାସଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ବିଦ୍ୟାଳୟର ଅବସରପ୍ରାନ୍ତ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ ଓ ଚତୁର୍ଥ କର୍ମଚାରୀ ନକୁଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୨---୪,୪୦ Sakhigopal News, 27/1/2022