Breaking News

ଶପଥ ସେବା ସଂସ୍ଥା ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ

 Veer Surendra Sai and Netaji Subhash Chandra Bose Jayanti and Blood Donation Camp organized by Sworn Service
ବରଗଡ଼---- ବରଗଡ ଜିଲ୍ଲା ରେମଣ୍ଡା ର ଶପଥ ସେବା ସଂସ୍ଥା ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ  ପାଳିତ ହୋଇଯାଇଛି । ଏହି ଅବସରରେ ୧୩ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉଭୟ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ।  ମୁଖ୍ୟ ଅତିଥି ଭାବରେ ଡାଃ ପ୍ରବୀଣ କୁମାର ଅଗ୍ରୱାଲ ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମୌସମ ମିଶ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ୩୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଶପଥ ସେବା ସଂସ୍ଥା ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧/୨୦୨୨-----୯,୩୫  Sakhigopal News,23/1/2022

Blog Archive

Popular Posts