ସୀତାରାମ ଛକ ଟ୍ରାଫିକ ସମସ୍ୟା ଉଠା ଦୋକାନୀ ମାନେ ସୃଷ୍ଟି କରୁଛନ୍ତି ; ସେମାନଙ୍କ ଠାରୁ ଉତ୍କଚ ନେଇ କୋମାରେ ପୌରପ୍ରଶାସନ
ଜଟଣୀ :-ପୌରପରିଷଦ ଅନ୍ତର୍ଗତ ସୀତାରାମ ଛକ ଟ୍ରାଫିକ ସମସ୍ୟା ଏବେ ଅଣାୟତ୍ତ ହୋଇପଡିଛି l ସୀତାରାମ ଛକ ଓଭର ବ୍ରିଜ ତଳେ ବିପଦ ଜନ୍ନକ ଭାବେ ଚାଲିଛି ବେପାର ବାଣିଜ୍ୟ l ବହୁ ପ୍ରତିକ୍ଷୀତ ଓଭର ବ୍ରିଜ ନିର୍ମାଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଭର ବ୍ରିଜ ତଳେ କୌଣସି ପ୍ରକାର ବେପାର ବାଣିଜ୍ୟ ନ କରିବା ପାଇଁ କଡା କଡ଼ି ନିୟମ ଲାଗୁ ହୋଇଛି l ହେଲେ ପ୍ରଶାସନର ନିୟମକୁ ଅବମାନନା କରି ଦିନକୁ ଦିନ ଛତୁ ଫୁଟିଲା ଭଳି ରାସ୍ତାକୁ ଅବରୋଧ କରି ଓଭର ବ୍ରିଜ ତଳେ ଉଠା ଦୋକାନୀଙ୍କ ବେପାର ଚାଲିବା ଫଳରେ ଟ୍ରାଫିକ ସମସ୍ୟା ଜଟିଳ ହେବରେ ଲାଗିଛି l ଓଭର ବ୍ରିଜ ତଳ ହେଉଛି "ନୋ ପାର୍କିଙ୍ଗ ଜୋନ ' l କିନ୍ତୁ ସବୁ ନିୟମକୁ ପାଦରେ ଦଳି ଓଭର ବ୍ରିଜ ତଳେ ବେଆଇନ ଦୋକାନ କରିବାକୁ ପ୍ରଶୟ ଦେଉଛି ସ୍ଥାନୀୟ ପୌରପ୍ରଶାସନ l ସ୍ଥାନୀୟ ଜନସାଧାରଣ କହିବା ଅନୁଯାଇ ପୌରାଧକ୍ଷ ମାସିକ ହଜାର ହଜାର ଟଙ୍କା ଉତ୍କଚ ନେଇ ବେଆଇନ କାର୍ଯ୍ୟକୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି l ଓଭରବ୍ରିଜ ତଳେ ଅଣ ସ୍ୱୀକୃତି ପ୍ରାପ୍ତ "ଆଞ୍ଚଳିକ ଅଟୋ ଚାଳକ ସଂଘ 'କରାଯାଇ ବେଆଇନ ଭାବେ ଲମ୍ବା ଧାଡ଼ିରେ ଅଟୋ ଠିଆ କରାଇ ଯାତ୍ରୀ ମାନଙ୍କ ଜୀବନ ସହିତ ଏକ ପ୍ରକାର ଖେଳ ଖେଳାଯାଇ ଯାତ୍ରୀ ପରିବହନ କରାଯାଉଛି l ସକାଳ ହେଲେ ପଇଡ଼, ଶାଗ, ପରିବା ବେପାରୀଙ୍କ ଭିଡ଼ ଦେଖିବାକୁ ମିଳେ l ଓଭର ବ୍ରିଜ ତଳେ ଦୁଇଟି ବିରାଟ ଟେଣ୍ଟ ନିର୍ମିତ "ଲସି'ଦୋକାନ,ଜଳଖିଆ ଦୋକାନ, ମିଠା ମକା, ଫାଷ୍ଟ ଫୁଡ, ଚା, ଦହିବରା, ପରିବା, ଫଳ ଏଭଳି ଅନେକ ଦୋକାନ ଗଢି ଉଠିଛି l ଏହି ବେଆଇନ ଦୋକାନ ଗୃହକୁ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀ ମିଳିତ ଭାବେ ଦୋକାନୀଙ୍କ ଠାରୁ ମୋଟା ଅଙ୍କର ଉତ୍କଚ ନେଇ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ଦେଉଥିବା ଜଣାପଡିଛି l ଅତି ଆଶ୍ଚର୍ଯ୍ୟର ବିଷୟ ଯିଏ ଯେଉଁଠି ବିଦ୍ୟୁତ ସଂଯୋଗ ପାଇଁ ଏକ "ନୋଟାରୀ 'ଙ୍କ ପାଖରେ କୋର୍ଟ ଆଫିଡେଭିଡ କରି ଆଣି ବିଦ୍ୟୁତ ବିଭାଗକୁ ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ଦେଲେ ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ହେଲା l ଏହାର କୌଣସି ନିୟମ ନାହିଁ l ବେଆଇନ ପାର୍କିଙ୍ଗ ଏବଂ ଉଠାଦୋକାନୀଙ୍କ ପାଇଁ ସୀତାରାମ ଛକ ଅଞ୍ଚଳ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ କହିବା ଅତ୍ୟୁକ୍ତି ହେବ ନାହିଁ l ସାଧାରଣ ଜନତା ଅସୁବିଧା ଭୋଗନ୍ତୁ କିନ୍ତୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପକେଟ ଗରମ କରି ଧୃଷ୍ଟରାଷ୍ଟ୍ର ସାଜିଛନ୍ତି ବୋଲି ସ୍ଥାନୀୟ ବଳିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବା ସହ ଏହି ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଟ୍ରାଫିକ ସମସ୍ୟାକୁ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୬/୨୦୨୫----୭,୪୫ Sakhigopal News,12/6/2025