ନୂତନ "ଡ୍ରେନ' ନିର୍ମାଣରେ ଅନିୟମିତତା ଅଭିଯୋଗ; ବେନିୟମ ଦୋକାନ ଉଚ୍ଛେଦ ନ କରି ଦୋକାନ ଭିତରେ ଡ୍ରେନ ନିର୍ମାଣ
ଜଟଣୀ :--ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୮, ସର୍ଦାର ପଟେଲ ମାର୍ଗ ର ନୂତନ ଡ୍ରେନ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ସୂଚନା ମୁତାବକ କାହା ସ୍ୱାର୍ଥରେ ଡ୍ରେନ ନିର୍ମାଣ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏଠି ଡ୍ରେନ ନିର୍ମାଣରେ ବ୍ୟବହୃତ ସାମଗ୍ରୀ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ଡ୍ରେନର ଗଭୀରତା ଏବଂ ଚଉଡା ସଠିକ ନ ଥିବା ସ୍ଥଳେ l ଡ୍ରେନର ନିର୍ମାଣରେ ପାତର ଅନ୍ତର କରାଯାଇଛି l ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ପୂର୍ବରୁ ଏଠାରେ ଡ୍ରେନର ବ୍ୟବସ୍ଥା ଥିଲା କିନ୍ତୁ ପୌରପ୍ରଶାସନର ଅବହେଳା,ରକ୍ଷଣାବେକ୍ଷଣ ଅଭାବ ଏବଂ ଡ୍ରେନ ଉପରେ କିଛି ସ୍ଥାନୀୟ ପ୍ରଭାବଶାଳୀ ତଥା ସ୍ଥାନୀୟ ବଜାରର କିଛି ଦୁଷ୍ଟ ପ୍ରକୃତିର ଲୋକ ଦୋକାନ ଗୃହ କରି ପୁରାତନ ଡ୍ରେନ କୁ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ନଜିର ଅଛି l ପୁରାତନ ଡ୍ରେନକୁ ପୁନଃରୁଦ୍ଧାର ନ କରି ପୁନର୍ବାର ନୂତନ ଡ୍ରେନ ନିର୍ମାଣ କାହା ସ୍ୱାର୍ଥରେ ହେଉଛି l ଆଶ୍ଚର୍ଯ୍ୟ ର ବିଷୟ ନୂତନ ଡ୍ରେନ ନିର୍ମାଣ ରାଜାବଜାର ରୁ ଜଟଣୀ ମୁଖ୍ୟରାସ୍ତା କୁ ସଂଯୋଗ କରୁଥିବା ସର୍ଦାର ପଟେଲମାର୍ଗର ରାସ୍ତା କଡରେ ନିର୍ମାଣ ହେଉଥିବାରୁ ରାସ୍ତାର ବୁଲାଣି ସ୍ଥାନରେ ଚାରଟି ବେନିୟମ ଦୋକାନ ଘରକୁ ଉଛେଦ କରାନଯାଇ କେଉଁ ନିୟମ ଅନୁଯାଇ ଦୋକାନ ଗୃହ ମଝିରେ ଡ୍ରେନ ନିର୍ମାଣ କରିବା ଚର୍ଚ୍ଚାର ବିଷୟ ପାଲଟିଛି l ବେନିୟମ ଦୋକାନ ଘର ଉଚ୍ଛେଦ ନ ହେବା ଦ୍ୱାରା ରାସ୍ତା ମଧ୍ୟ ସଂକୁଚିତ ହେବାରେ ଲାଗିଛି lଏଠି ସମସ୍ତେ ଚୁପ ଏହିପରି ନିର୍ମାଣ ପାଇଁ ଦାୟି କିଏ ? l ସ୍ଥାନୀୟ ବୁଦ୍ଧିଜୀବିଙ୍କ ମତରେ କହିବ କାହାକୁ ଶୁଣିବ କିଏ ? ସମସ୍ତେ ଏକାକାର l ପୌରପରିଷଦର ଯନ୍ତ୍ରୀଠାରୁ ଆରମ୍ଭ କରି ଠିକାଦାର, ସ୍ଥାନୀୟ କାଉନସିଲର ଏବଂ ପୌରାଧକ୍ଷ ବେନିୟମ ଦୋକାନ ଘରକୁ ବଞ୍ଚାଇ ଡ୍ରେନ ନିର୍ମାଣ ପାଇଁ ଦୋକାନ ମାଲିକଙ୍କ ଠାରୁ କେତେ ଟଙ୍କା ଉତ୍କଚ ନେଇଛନ୍ତି ନା ଦୋକାନ ମାଲିକ କେଉଁ ରାଜନେତାଙ୍କ ବାହୁ ଛାୟାର ତଳେ ରହି ନେତାଙ୍କ ଚାପରେ ଏଭଳି କାର୍ଯ୍ୟ ହେଉଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି l ଏଠି ପୌରପରିଷଦକୁ ପ୍ରତ୍ୟେକ ଦୁର୍ନୀତି ମୂଳକ କାର୍ଯ୍ୟକୁ ଅଭିଯୋଗ କଲେ ପୌରପରିଷଦ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ l ଏଠି ପୌରାଧକ୍ଷ ସର୍ବେସର୍ବା l ପୌରପରିଷଦର ନୂତନ ନିର୍ବାଚିତ କାଉନସିଲର ମାନେ ପୌରାଧକ୍ଷଙ୍କ ଦ୍ୱାରା ଚାବି ଚାଳିତ କଣ୍ଢେଇ କହିଲେ ଅତ୍ୟୁକ୍ତି ହେବନାହିଁ l ଉନ୍ନତି ଯୋଜନା ନାମରେ ପୌରପରିଷଦ ହରିଲୁଟ କରୁଥିବା ଅଭିଯୋଗ ହେଉଅଛି l ଏଭଳି କାର୍ଯ୍ୟ ପ୍ରତି ଉଚ୍ଚ ପଦସ୍ଥ ଅଫିସର ମାନେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି l ଡବଲ ଇଞ୍ଜିନି ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ନା ତାଙ୍କ ସହିତ ହାତ ମିଳାଉଛନ୍ତି ତାହା ସମୟ ହିଁ କହିବେ । କେଉଁ ନିୟମରେ ଦୋକାନ ଘର ମଧ୍ୟରେ ଡ୍ରେନ ଏହା କ'ଣ ମିଛ , ଦିନରେ ଅଧିକାରୀ ଙ୍କ ଠାରୁ ନେତା କାହାକୁ ଦିଶୁନି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୬/୨୦୨୫---୯,୨୫ Sakhigopal News,13/6/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୬/୨୦୨୫---୯,୨୫ Sakhigopal News,13/6/2025