ବିନା ପ୍ରତିଦ୍ବନ୍ଦିତାରେ ସରପଞ୍ଚ ନିର୍ବାଚିତ
The Sarpanch was elected without a contest
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ପଞ୍ଚାୟତର ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ସିତାରାମ ହୋତାଙ୍କ ପୁତ୍ର ବଧୂ ସସ୍ମିତା ହୋତା ସରପଞ୍ଚ ପ୍ରାର୍ଥୀ ହୋଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ବିରୁଦ୍ଧରେ ପଞ୍ଚାୟତର କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଯାହା ଫଳରେ କି ସେ ବିନା ପ୍ରତିଦ୍ବନ୍ଦିତାରେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଉକ୍ତ ପଞ୍ଚାୟତ ରେ ସରପଞ୍ଚ ନିର୍ବାଚନ ହେବ ନାହିଁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ପଞ୍ଚାୟତକୁ ସ୍ବତନ୍ତ୍ର ଅର୍ଥ ମିଳିବ ।ଏବେ ସସ୍ମିତା ଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି। ସସ୍ମିତା ପପଂଗା ପଂଚାୟତ ର ସମସ୍ତ ଭୋଟର ଭାଇଭଉଣୀ ଓ ଗୁରୁଜନ ମାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ପପଙ୍ଗା ପଞ୍ଚାୟତ ସମସ୍ତ ପ୍ରକାର ଉନ୍ନତି ପାଇଁ କାମ କରି ଜନସାଧାରଣଙ୍କ ଆସ୍ଥା ଭାଜନ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧/୨୦୨୨---୯,୪୦ Sakhigopal News,23/1/2022