Breaking News

ଭୋଟ ଗଣତି କେନ୍ଦ୍ର ତଦାରଖ କଲେ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି

The counting center was overseen by the Balangir district commissioner and the SP.
 
ବଲାଙ୍ଗୀର ----ରାଜ୍ୟରେ ଆଉ କିଛି ଦିନପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ।ବଲାଙ୍ଗୀର ଜିଲ୍ଲା ସଇଁତଲାରେ ଫେବୃଆରୀ ୨୪ତାରିଖ ଦିନ ନିର୍ବାଚନ କରାଯିବ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏନେଇ ଆଜି ବଲାଙ୍ଗୀର ଜିଲ୍ଲାପାଳ ଚାଞ୍ଚଲ ରଣା ଓ ବଲାଙ୍ଗୀର ଏସପି ନିତିନ କୁଶଳ ବଲାଙ୍ଗୀର ଜିଲ୍ଲା ସଇଁତଲାର ପଞ୍ଚାୟତ ସମିତି କଲେଜରେ ଥିବା ଭୋଟ ଗଣତି କେନ୍ଦ୍ରର ସ୍ଥିତି ତଦାରଖ କରିଥିଲେ । କୋଭିଡ଼ ନିୟମ ମାନି କିପରି ଭାବରେ ସ୍ଵଚ୍ଛ ଓ ନିର୍ମଳ ଭାବରେ ନିର୍ବାଚନ କରାଯିବ ସେ ସମ୍ପର୍କରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ,ଟିଟିଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ସତପଥୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ଅବନୀ ସାହୁଙ୍କ ସହ ଆଲୋଚନା କରିଥିଲେ।ତେବେ ଏହି ବ୍ଲକରେ ୨୨ ଟି ପଞ୍ଚାୟତରେ ୨୭୨ ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ୮୫ ହଜାର ୧୮୮ ଜଣ ଭୋଟର ମତଦାନ କରିବେ ବୋଲି ଜଣାପଡିଛି।ଏମାନଙ୍କ ମଧ୍ୟରୁ ୪୪ ହଜାର ୨୩୪ ଜଣ ପୁରୁଷ ଥିବାବେଳେ ୪୦ ହଜାର ୯୫୧ ଜଣ ମହିଳା ରହିଛନ୍ତି।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୫/୧/୨୦୨୨----୮,୪୫  
 Sakhigopal News,25/1/2022

Blog Archive

Popular Posts