ସତ୍ୟବାଦୀରେ ପ୍ରଥମ କରି ମହିଳା ଗୋଷ୍ଠୀ ଧାନ କିଣିଲେ
ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିିଟିର ମାର୍କେଟୟାର୍ଡରେ ପ୍ରଥମ କରି ସତ୍ୟବାଦୀ ବ୍ଳକର ମହିଳା ଗୋଷ୍ଠୀ ଧାନ କିଣିଛନ୍ତି । ଜୟପୁର ନୂଆଗାଁସିଡି ନିକଟରେ ଥିବା ସତ୍ୟଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏହି ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ଧାନ କିଣାକୁ ନେଇ ମହିଳା ଗୋଷ୍ଠୀ ବେଶ ଆଗ୍ରହ ପ୍ରକାଶ କରିଥିବାର ଦେଖାଯାଇଥିଲା । ମା ମାନେ ମୁରଜ ପକାଇବା ସହ ପୂଜା ପାଠ କରି ଆନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟନ କରାଇଥିଲେ । ଡିଆରସିଏସ ଭୀମସେନ ସାହୁ, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ, ମହିଳା ଗୋଷ୍ଠୀର ସଭାନେତ୍ରୀ ମନୋରମା ବେହେରା, ସମ୍ପାଦିକା ସୁପିୟା ନାୟକ, ସିଡିପିଓ ପ୍ରମୁଖଙ୍କ ଉପସ୍ଥିତିରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ସତ୍ୟବାଦୀ ସେବା ସମବାୟ ସମିତିରୁ ଜୟପୁର ଗ୍ରାମର ୫୯ ଜଣ ଚାଷୀ ଏହି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଟୋକେନ ଦିଆଯାଇଛି । ପ୍ରଥମ ଦିନରେ ୮ ଜଣ ଚାଷୀଙ୍କ ଠାରୁ ପ୍ରାୟ ୨ଶହ କୁଇଣ୍ଟାଲ ଧାନ କିଣିଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ସେଠାରେ ମୂଳଅଳସା ସମିତିର ଧାନ ମଣ୍ଡିକୁ ଅଧିକାରୀ ମାନେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ନୂଆସମେଶ୍ୱରପୁର, ସାଣ୍ଢରା, ବିଶ୍ୱନାଥପୁର, ଶୁକଳ ଆଦି ସମବାୟ ସମିତିରେ ଏକ ସଙ୍ଗେ ଧାନ ମଣ୍ଡି ଗୁଡିକ ଖୋଲିଥିବା ନେଇ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ଧାନମଣ୍ଡିର ଇନିଚାର୍ଯ୍ୟ ସୁରେନ୍ଦ୍ର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ମଙ୍ଗଳବାର ଦିନ ବଳରାମପୁରଗଡ ଓ ଦାସବିଦ୍ୟାଧରପୁର ସମବାୟ ସମିତିରେ ଧାନ ମଣ୍ଡି ଖୋଲିଯାଇଛି । ସତ୍ୟବାଦୀରେ ୧୬ଟି ଧାନ ମଣ୍ଡିରୁ ୮ଟି ଧାନ ମଣ୍ଡି ଖୋଲିସାରିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧/୨୦୨୨---୧୦,୧୦ Sakhigopal News, 19/1/2022