Breaking News

ଜେନାପୁର ପଞ୍ଚାୟତର ଜଣାଶୁଣା ରାଜନେତା ପ୍ରତାପ ସ୍ୱାଇଁଙ୍କର ପରଲୋକ

 The afterlife of Pratap Swain, a well-known politician from Jenapur panchayat.


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ପଞ୍ଚାୟତ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିଲେ ଜେନାପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ପ୍ରତାପ ସ୍ୱାଇଁ ।  ସେ ତାଙ୍କ ପଞ୍ଚାୟତରେ ବାହୁବଳୀ ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଆଜି ନାହାନ୍ତି ।  ଖନୁ ଭାଇ ବା ପ୍ରତାପ ସ୍ୱାଇଁ ଭାବେ ବେଶ ପରିଚିତ ଥିଲେ  । ସେ ସବୁ ସମୟରେ ବିଜେଡି ଦଳକୁ ବିରୋଧୀ କରି ଆସୁଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଲଗାତର ସରପଞ୍ଚ ଓ ସମିତିସଭ୍ୟ ଭାବେ ଜିତି ପଞ୍ଚାୟତ ରାଜନୀତିର ଭୀଷ୍ମମହ ଭାବେ ଡେଲାଙ୍ଗ ରାଜନୀତିରେ ବେଶ ପରିଚିତ ଥିଲେ । ତାଙ୍କ ଚାଲି, ଧୋତି ସାଙ୍ଗକୁ ପଞ୍ଜାବି ବେଶ ସମସ୍ତଙ୍କର ପ୍ରସନ୍ଦ ଥିଲା । ୨୦୧୭ରେ ସରପଞ୍ଚ ଓ ସମିତିସଭ୍ୟ ପଦ ହାରିଲେ । ସେବେ ଠାରୁ ତାଙ୍କ ଉପରକୁ କଳା ବାଦଲ ମାଡି ଆସିଥିଲା । ପରେ ପରେ ସେ ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ଅପରାହ୍ନରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପାଇବା ପରେ ପଞ୍ଚୟତ ସ୍ୱଧ ହୋଇଯାଇଛି । ମୃତ୍ୟୁ ବେଳକୁ ପ୍ରାୟ ୭୦ ବର୍ଷ ହୋଇଥିଲା । ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ଜନପ୍ରତିନିଧି ଓ ସମାଜସେବୀ, ଶିକ୍ଷାବିତ୍ତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ପୁରୀ ସ୍ୱର୍ଗଦ୍ୱାରାରେ ଅନ୍ତିମ ସତ୍କାର କରାଯାଇଥିଲା ।ବଡପୁଅ ହରିହର ସ୍ୱାଇଁ ମୁଖାଗ୍ନି ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୨---୬,୩୫   

Sakhigopal News, 18/1/2022

Blog Archive

Popular Posts