ୟୁ ବି ହାଇସ୍କୁଲରେ ନେତାଜୀ ଜୟନ୍ତୀ ଓ ସ୍ବଚ୍ଛତା ଅଭିଯାନ
Netaji Jayanti and Transparency Campaign at UB High School.
ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ୨ ଓଡ଼ିଶା ବାଟାଲିୟନ ର ଏନ୍ସିସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଇଓ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୀପ ପ୍ରଜ୍ବଳନ କରିଥିଲେ । ଶ୍ରୀ ସ୍ବାଇଁ ନେତାଜୀ ଙ୍କ ଜୀବନାଦର୍ଶ ସଂପର୍କିତ ବିବରଣୀ ଦେଇଥିଲେ ଓ ଶ୍ରୀ ମିଶ୍ର ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ବୀରତ୍ବ ର ଗାଥା ସଂପର୍କରେ ବର୍ଣ୍ଣନା କରିଥିଲେ
। କ୍ୟାଡେଟ ଶୁଭମ୍ ପ୍ରଧାନ ମଧ୍ୟ ନେତାଜୀ ଙ୍କ ଗୁଣଗାନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ନାଭାଲ୍ ଅଫିସର୍ କେଦାର ନାଥ ସେଠୀ,ଏୟାର୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ, ଉମାକାନ୍ତ ନାହାକ ପ୍ରମୁଖ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ଏକ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତେ କୋଭିଡ଼-୧୯ ନିୟମାବଳୀ ପାଳନ ପୂର୍ବକ ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୨-----୧,୨୦
Sakhigopal News,23/1/2022