ଅଫର୍ ଲଗାଇ କୋଭିଡ ନିୟମକୁ ଖୋଲାଖୋଲି ଉଲଘଂନ, ସାମ୍ବାଦିକଙ୍କୁ ଆକ୍ରମଣ ;ନ୍ୟାୟ ପାଇଁ ଧାରଣା ଦେଲେ ସାମ୍ବାଦିକ
Offering violations of Covid's law by offering, attacking journalists; journalists giving ideas for justice
ଜଟଣୀ---- ଜଟଣୀ-ଖୋର୍ଦ୍ଧା ମୂଖ୍ୟରାସ୍ତାର ଜଟଣୀ ବଡନୂଆଗାଁ ଠାରେ ଏକ ସପିଂମଲ୍ ଖୋଲାଯାଇଛି । ସେଠାରେ ଅଫର ରଖାଯାଇଛି । ଯାହାକି ଗ୍ରାହକଙ୍କ ଭିଡ ଏଭଳି ଲାଗିଥିଲା ଯେ, ମଲ୍ କର୍ତୃପକ୍ଷ କିଛି ଗୁଣ୍ଡା ଏବଂ ବାଉନସର ସେଠାରେ ନିୟୋଜିତ କରିଥିଲେ । ଅନ୍ୟପଟେ ରାଜ୍ୟରେ ମହାମାରୀ କରୋନା ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାଜିଲାରେ ବଢିଚାଲୁଥିବା ନେଇ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ୫୦ପ୍ରତିଶତ କର୍ମଚାରୀମାନଙ୍କୁ ନେଇ ପରିଚାଳନା କରାଯାଉଛି । ମାତ୍ର ଏହିଭଳି ଉକ୍ତ ମଲ୍ରେ ଖୋଲାଖୋଲି କୋଭିଡ ଆଇନକୁ ଉଲଘଂନ଼ କରାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ଭିଡକୁ ଦେଖି ସ୍ଥାନୀୟ କେତେକ ବ୍ୟକ୍ତି ଜଟଣୀର କେତେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବଗତ କରିଥିଲେ । ଏଥି ସହିତ ସେମାନେ ଅଭିଯୋଗରେ କରିଥିଲେ ଯେ, ପ୍ରଶାସନ ସାଧାରଣ ଲୋକମାନଙ୍କଠାରୁ କୋଭିଡ ନିୟମ ଉଲଘଂନ କରୁଥିବା ଆଳରେ ଫାଇନ କାଟୁଛନ୍ତି । ଛୋଟଛୋଟ ବ୍ୟବସାୟୀ ମାନଙ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଙ୍କର ଦୋକାନକୁ ସିଲ କରିଦେଉଛନ୍ତି । ହେଲେ ସପିଂମଲ ପାଇଁ ଏହି ଆଇନ ଲାଗୁ କରାଯାଇନାହିଁ । ତେଣୁ ଏନେଇ ଜଟଣୀର ରବିନ୍ଦ୍ରନାଥ ମହାକୁଡ ନାମକ ଜଣେ ସାମ୍ବାଦିକ ସପିଂ ମଲରେ ଏହାର ଫଟୋ ଉତୋଳନ କରିବାକୁ ଯାଇଥିଲେ । ରବିନ୍ଦ୍ର ଫଟୋ ଉତୋଳନ କରୁଥିବା ବେଳେ ମଲ୍ କର୍ମଚାରୀ ତାଙ୍କୁ ଧମକଚମକ ଦେଇ ସେଠାରୁ ଧକ୍କାମାରି ବାହାର କରିଦେଇଥିଲେ । ଏହାକୁ ଭୃକ୍ଷେପ ନକରି ସାମ୍ବାଦିକ ଜଣଙ୍କ ନିଜ କର୍ତବ୍ୟକୁ ପାଳନ କରିଥିଲେ । ମାତ୍ର ଏହି ସମୟରେ ମଲ୍ ରେ ବସିଥିବା କେତେକ ଗୁଣ୍ଡା ରବିନ୍ଦ୍ରଙ୍କୁ ମାଡମାରିବା ସହିତ କ୍ୟାମେରା ଛଡାଇ ନେଇଯାଇଥିଲେ । ରବିନ୍ଦ୍ର ଏହାର ପ୍ରତିବାଦ କରିବାରୁ ସେଠାରେ ରହିଥିବା କେତେକ ବାଉନସର ଆସି ଧମକ ଦେଇ ଉଠାଇ ନେଇଯିବୁ ବୋଲି କହିଥିଲେ । ତେବେ ଏନେଇ ସାମ୍ବାଦିକ ରବିନ୍ଦ୍ର ଜଟଣୀଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଅଭିଯୋଗ ପାଇ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଖୋର୍ଦ୍ଧାଜିଲା ସାମ୍ବାଦିକ, ଜଟଣୀପ୍ରେସକ୍ଲବ ଓ ସ୍ଥାନୀୟ ସାମ୍ବାଦିକମାନେ ମିଳିତଭାବେ ସରକାରଙ୍କ ବିଭିନ୍ନ ପ୍ରଶାସନିକଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଥି ମଧ୍ୟରେ ଉକ୍ତ ମଲ୍ ପକ୍ଷରୁ ରବିବାର ପୁନଃ ଅସମ୍ଭାଳ ଭିଡ ଜମାଇ ରାସ୍ତା ଅବରୋଧ କରିଥିଲେ । ତେଣୁ ଏନେଇ ଆଜି ଖୋର୍ଦ୍ଧା ଓ ଜଟଣୀ ସାମ୍ବାଦିକମାନେ ଜଟଣୀଥାନା ସମୁଖରେ ମଲ୍ କୁ ଆଇନନୁଯାୟୀ ୭ଦିନଲାଗି ସିଲ କରିବା ସହିତ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଧାରଣାରେ ବସିଥିଲେ । ତେବେ ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଜଟଣୀଥାନାରେ ଉକ୍ତ ମଲ୍ କର୍ତୃପକ୍ଷଙ୍କ ବିରୋଧରେ ୫୨/୨୨ରେ ମାମଲା କରାଯାଇଥିବା ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ମାତ୍ର ଦୁଖଃର ବିସୟ ଯେ ଫଟୋ ଓ ଭିଡିଓ ଦେଖିଲା ପରେ ବି ଥାନା ଅଧିକାରୀଙ୍କ ସହିତ ଅନ୍ୟ ଅଧିକାରୀ ମାନେ କହୁଛନ୍ତି ତଦନ୍ତ କରାଯିବ । ଦେଖାଯାଉ ସଫିମଲର ମାଲିକ ପ୍ରତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଏତେ ଦରଦ କାହିଁକି ତାହା ଏବେ ଜଟଣୀ ଅଞ୍ଚଳରେ ଆଲେଚନାର ବିସୟ ହୋଇପଡିଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପୋଟ, ୩୧/୧/୨୦୨୨----୭,୩୦
Sakhigopal News,31/1/2022