ଜାଗାମିଶନର ଦ୍ୱିତୀୟ ପର୍ଯ୍ୟାୟ ଜାଗା ସମ୍ପର୍କ ଉତ୍ସବ
The second phase of the Jagamishan is a space connection festival.
ଜଟଣୀ--- ସରକାରଙ୍କ ଜାଗା ମିଶନ ଜରିଆରେ ଆୟୋଜିତ ହେଉଥିବା ସହରାଞ୍ଚଳ ଜାଗାସର୍ମ୍ପର୍କ ଉତ୍ସବ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ପାଲଟିଛି ଉତ୍ସାହର ପ୍ରେରଣା । ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ସହରାଞ୍ଚଳରେ ରହୁଥିବା ଗରୀବ ଅସହାୟ ମାନଙ୍କୁ ଉତ୍ସାହୀତ କରିଛି । ରଘୁନାଥ ନଗର ଓ ପାଇକରାୟପୁର ଆଦର୍ଶ କଲୋନୀରେ ଆୟୋଜିତ ହୋଇଥିବା ଜାଗା ସମ୍ପର୍କ ଉତ୍ସବରେ ମୂଖ୍ୟ ଅତିଥୀଭାବେ ଯୋଗଦେଇ ବସ୍ତିବାସିନ୍ଦା ମହାସଂଘର ସଭାପତି ଯୋଗେଶ ଚନ୍ଦ୍ର ନାୟକ ଏହା କହିଛନ୍ତି । ରଘୁନାଥ ନଗର ବସ୍ତବାସିନ୍ଦା ସଂଘର ସଭାପତି ପ୍ରଶାନ୍ତ ବେହେରାଙ୍କ ପୈାରହିତ୍ୟରେ ଆୟୋଜିତ ଏହି ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ରଘୁନାଥ ନଗର କ୍ଲବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପରିଚାଳନା କରିଥିଲେ । ଏହି ଅବସରରେ ବସ୍ତିରେ ରହୁଥିବା ପିଲାମାନଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସହିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆୟୋଜନକାରୀ ଏହି ୨ବସ୍ତିରେ ରହୁଥିବା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡେର ପର୍ଯ୍ୟାୟକ୍ରମେ ଆୟୋଜିତ ହେବ । ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନା ଜାଗାମିଶନ ଜରିଆରେ ଜମିଯୋଗାଇବା ସହ ସେମାନଙ୍କର ବାସଗୃହ ବ୍ୟବସ୍ଥା କରିଛନ୍ତି । ବହୁଗରୀବ ଅସହାୟମାନେ ଏଥିରେ ଉପକୃତ ହୋଇଛନ୍ତି । ଯିଏ ଯେଉଁଠି ଭିଟାମାଟି ଭାବି ଘରକରି ରହିଥିଲେ ସେମାନଙ୍କୁ ସେହିଠାରେ ପୈାରପରିଷଦ ସହାୟତାରେ ବାସଗୃହର ପରିଚୟପତ୍ର ଏବଂ ଆବାସ ଯୋଜନା ପ୍ରଦାନ କରାଯାଇ ସ୍ଥାୟୀଭାବେ ବାସଗୃହର ବ୍ୟବସ୍ଥା କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ଜାଗାମିଶନର ସଫଳ ରୂପାୟନରେ ବସ୍ତିବାସୀନ୍ଦାମାନେ ଉତ୍ସାହୀତ ହୋଇଛନ୍ତି । ଏନେଇ ଜଟଣୀ ପୈାରାଚଂଳର ୯ଟି କ୍ଲଷ୍ଟରସ୍ତରୀୟ ସମ୍ପର୍କ ଉତ୍ସବ ଆୟୋଜିତ ହେବ ବୋଲି ବସ୍ତ ିମହାସଂଘର ସଭାପତି ଯୋଗେଶଚନ୍ଦ୍ର ନାୟକ ସୁଚନା ଦେଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପୋର୍ଟ, ୨୧/୧/୨୦୨୨---୮,୨୫
Sakhigopal News, 21/1/2022