Breaking News

ଜଟଣୀରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Journalists in Jatani have been accused of abuse.

ଜଟଣୀ :----ପୁଣି ଜଟଣୀ ସହରରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ କରାଯାଇଛି । ବାଉନସର ଲଗାଇ ଧକ୍କା ମାରିଛନ୍ତି ଶୋରୁମ ମ୍ୟାନେଜର । ଜଟଣୀ ସହର ରାମଚନ୍ଦ୍ରପୁର ଠାରେ ଏକ ନୂତନ ଶୋରୁମ ଉଦଘାଟନରେ ଶହ ଶହ ଲୋକ ଜମା ହେବା ସହ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ସମୟରେ ଜଟଣୀ ଧରିତ୍ରୀ ସାମ୍ବାଦିକ ରବୀନ୍ଦ୍ର ମହାକୁଡ଼ ସେଠାରେ ଫଟୋ ଉଠାଉଥିଲେ । ସେହି ସମୟରେ ଶୋରୁମ ମ୍ୟାନେଜର ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଅସଭ୍ଯ ଭାଷାରେ ଗାଳିଗୁଲଜ କରିଥିଲେ । ସଙ୍ଗେ ସଙ୍ଗେ ମ୍ୟାନେଜରଙ୍କ ପୋଷା ଗୁଣ୍ଡା ମାନେ ଆସି ସାମ୍ବାଦିକଙ୍କ ଠାରୁ କ୍ୟାମେରା ଛଡ଼ାଇବା ସହ ଧକ୍କା ମାରିଥିଲେ । ଏଠାରୁ ଜଲଦି ପଳା ନହେଲେ ତୋ ସାମ୍ବାଦିକତା ଛଡାଇ ଦେବୁ, ଉଠାଇ ନେଇ ଯିବୁ ଇତ୍ୟାଦି ଧମକ ଚମକ ଦେଇଥିଲେ । ସାମ୍ବାଦିକ ଶ୍ରୀ ମହାକୁଡ଼ ଜଟଣୀ ଥାନରେ ଲିଖିତ ଅଭିଯୋଗ ଦେଇଛନ୍ତି । ପୂର୍ବରୁ ମଧ୍ୟ ସର୍ବସାଧାରଣ ଖବରକାଗଜର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ମଦ ପିଇ ଆକ୍ରମଣ ହୋଇଥିବା ନେଇ ଜଟଣୀ ଥାନରେ ଅଭିଯୋଗ କରାଯାଇଥିଲା । ତେବେ ବାରମ୍ବାର ଜଟଣୀ ଅଞ୍ଚଳରେ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରାଯାଉଛି । ଜଟଣୀ ପୋଲିସ ବିଭିନ୍ନ ଚାପରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନେଉନାହାନ୍ତି । ଜଟଣୀରେ ସାମ୍ବାଦିକ ମାନଙ୍କୁ ବାରମ୍ବାର ଏଭଳି ପରିସ୍ଥିତି ସାମ୍ନା କରିବାକୁ ପଡୁଛି । ଆଜିର ଘଟଣାରେ ଯଦି ଜଟଣୀ ପୋଲିସ ସେହି ଶୋରୁମ ମ୍ୟାନେଜର ଏବଂ  ବାଉନସର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ଜଟଣୀ ଅଞ୍ଚଳର ସାମ୍ବାଦିକ ମାନେ ଆଗାମୀ ଦିନରେ ଥାନା ଆଗରେ ଧାରଣା ଦେବେ ବୋଲି ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଘଟଣା କୁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଆବଶ୍ୟକ ପଡିଲେ ବିଭିନ୍ନ ସଂଘ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଜଟଣୀରୁ  ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧/୨୦୨୨---୧୦,୨୫
  Sakhigopal News,31/1/2022

Blog Archive

Popular Posts