Breaking News

ଶେଷ ଦିନରେ ସତ୍ୟବାଦୀରେ ୩୪୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ

On the last day, 370 candidates submitted their nominations to the Truth and Reconciliation Commission.

 


ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩୪୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ବିଡିଓ ତଥା ପଞ୍ଚାୟତ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସେହିପରି ଶେଷ ଦିନରେ ବିଭିନ୍ନ ଦଳର ମୁଖିଆ କର୍ମୀ ମାନେ ସେମାନଙ୍କର ପ୍ରସ୍ତାବକ ଓ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀପତ୍ର ଦାଖଲ କରିଥିବାର ଦେଖାଯାଇଛି । ବିଶେଷ କରି ସତ୍ୟବାଦୀ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଏବେ ନିଜ ପଞ୍ଚାୟତ ଛାଡି ପରଜାପଡା ଗ୍ରାମ ପଞ୍ଚାୟତରେ ସମିତିସଭ୍ୟ ଭାବେ ଠିଆ ହୋଇଛନ୍ତି । ଶେଷ ଦିବସରେ ୨୫୦ ଜଣ ୱାଡ ସଭ୍ୟ ସଭ୍ୟା , ୩୫ ଜଣ ସରପଞ୍ଚ ଓ ୫୫ ଜଣ ସମିତିସଭ୍ୟ ସଭ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ପ୍ରଥମ ଦିନରେ ୫୪ ଜଣ, ଦୁତୀୟ ଦିନରେ ୪୩, ତୁ୍‌ତୀୟ ଦିନରେ ୩୦୬ ଓ ୪ର୍ଥ ଦିନରେ ୧୫୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୋଟ ୮୯୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୮୯୭ ଜଣଙ୍କ ମଧ୍ୟରୁ ୬୭୦ ଜଣ ୱାର୍ଡ ସଭ୍ୟସଭ୍ୟା, ସରପଞ୍ଚ ପାଇଁ ୧୧୧ଜଣ ସମିତିସଭ୍ୟସଭ୍ୟା ପାଇଁ ୧୨୫ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତ୩୦୫ୱାଡ ରହିଥବା ଜଣାପଡିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨----୮,୧୦ 

  Sakhigopal News, 21/1/2022

Blog Archive

Popular Posts