ସୁରଥ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ , ଅଙ୍ଗଦାନ କଲେ ପରିବାର ଲୋକେ
ଭଞ୍ଜନଗର----- ସୁରତରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୂଲ୍ୟବାନ ଅଙ୍ଗ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ । ମୃତ ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡି ଗ୍ରାମର ସୁଶିଲ ସାହୁ ବୋଲି ଜଣାପଡିଛି । ସେ ସୁରତର ସାଇନ ଅଞ୍ଚଳରେ ଭଡ଼ାରେ ରହୁଥିଲେ । ସେଠାରେ ସେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୬ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବ୍ରେନ୍ ଡେଥ୍ ଘୋଷଣା କରିଥିଲେ ଡାକ୍ତର । ଡାକ୍ତରଙ୍କ ଠାରୁ ମୃତ୍ୟୁ ହୋଇଥିବା ଜାଣିବା ପରେ , ମୃତ ସୁଶିଲ ଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ ପରିବାର ଲୋକ ।
ତାଙ୍କର ଫୁସଫୁସ, ହୃତପିଣ୍ଡ, କିଡନୀ, ଲିଭର ଓ ଆଖି ଦାନ କରାଯାଇଥିଲା । ଏହାପରେ ସଂଗୃହିତ ଅଙ୍ଗକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିର୍ଦ୍ଧାରିତ ଡାକ୍ତରଖାନାକୁ ନିଆଯାଇଥିଲା । ଶନିବାର ସଂଧ୍ୟାରେ ସୁଶିଲ ଙ୍କ ମୃତ ଦେହ ନିଜ ଗାଁ ଅଲାଡି ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଅନ୍ତିମ ଶତ୍କାର କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧/୨୦୨୨---୪,୩୦
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧/୨୦୨୨---୪,୩୦
Sakhigopal News, 30/1/2022