ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ପାଇଲା "ପ୍ରକୃତି ମିତ୍ର" ପୁରସ୍କାର
ଡେଲାଙ୍ଗ - ୨୦୨୫ ଶିକ୍ଷା ବର୍ଷରେ ପରିବେଶ ସୁରକ୍ଷା , ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଡେ଼ଲାଙ୍ଗ ମଣ୍ଡଳର ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ "ପ୍ରକୃତି ମିତ୍ର" ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ଓଡ଼ିଶା କୃଷି, ବୈଷୟିକ ବିଶ୍ଵବିଦ୍ୟାଳୟର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟ ବିଶ୍ବ ପରିବେଶ ଦିବସ ସମାରୋହରେ ବିଦ୍ୟାଳୟକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ସଚିବ ଉମା ନନ୍ଦୁରୀ, ପିସିସି ଏଫ୍ ସୁରେଶ ପନ୍ଥ,କେ ମୃଗେସନ୍ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ନିକଟରେ ଅବସର ନେଇଥିବା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ବାଳ ବିଦ୍ୟାଳୟ ପାଇଁ ଏହି ସମ୍ମାନ ସୂଚକ"ପ୍ରକୃତି ମିତ୍ର" ପୁରସ୍କାର ଓ କୋଡ଼ିଏ ହଜାର ଟଙ୍କା ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବାଳଙ୍କ ସମୟରେ ବିଦ୍ୟାଳୟରେ ଏଭଳି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇ ବିଦ୍ୟାଳୟ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ଶ୍ରୀ ବିଶ୍ବାଳଙ୍କୁ ଓ ବିଦ୍ୟାଳୟକୁ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପରିଚାଳନା କମିଟି ସଭାପତି,ସଭ୍ୟ ସଭ୍ୟା, ସ୍ଥାନୀୟ ଜନସାଧାରଣ , ପରିବେଶପ୍ରେମୀ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୬/୨୦୨୫----୧୧,୪୫ Sakhigopal News,13/6/2025