Breaking News

ସତ୍ୟବାଦୀରେ ବିକାଶ ବାହନ ରଥ ଗଡିଲା ଗ୍ରାମ କୁ ଗ୍ରାମ ବୁଲି ଡବଳ ଇଞ୍ଜିନି ସରକାରଙ୍କ ଏକବର୍ଷର ପୂର୍ତ୍ତି ର ସଫଳତା ବଖାଣିବ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପରିସରରୁ  ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ବ୍ଳକ ସ୍ତରୀୟ ବିକାଶ ବାହନ ରଥର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି ରଥ ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜଣ ସାଧାରଣଙ୍କୁ ଜଣାଇବ । ଏହି ରଥରେ ଏଲସିଡି ଖଞ୍ଜା ଯାଇଛି । ସରକାର କରିଥିବା ବିଭିନ୍ନ ଯୋଜନା ଗୁଡିକ ଟିଭି ମାଧ୍ୟମରେ ଗ୍ରାମକୁ ଗ୍ରାମ ବୁଲି ପ୍ରଚାର ଓ ପ୍ରସାର କରିବ । ବିକାଶ ବାହନ ରଥର ଶୁଭାରମ୍ଭ କରିଥିଲେ ବିଡିଓ ଦେବାଶିଷ ନାୟକ, ଜିପିଓ ସୌଭାଗ୍ୟ ରଞ୍ଜନ କର, ସିଡିପିଓ ରାଜଲକ୍ଷ୍ମୀ ଦାଶଙ୍କ ସହିତ ବ୍ଳକର ବିଭିନ୍ନ କର୍ମଚାରୀ ଓ ସୁପରଭାଇଜରଙ୍କ ସହିତ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୫---୭,୧୫   Sakhigopal News, 12/6/2025

Blog Archive

Popular Posts