ସତ୍ୟବାଦୀରେ ଦୁଇଟି ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ
Dhan Mandi inaugurated in two cooperative societies in Satyavadi.
ସାକ୍ଷୀଗୋପାଳ------ପୁରୀ ଜିଲ୍ଲାରେ ୫ ତାରିଖ ଠାରୁ ଧାନ ମଣ୍ଡି ସରକାରୀ ଭାବେ ଖୋଲିଥିଲା । ମାତ୍ର ଚାଷୀ ମାନେ ଧାନ ଅମଳ ନ କରିଥିବାରୁ ସତ୍ୟବାଦୀରେ ଧାନ ମଣ୍ଡି ଖୋଲିବା କିଛି ଦିନ ଡେରି ହୋଇଯାଇଥିଲା । ଚାଷୀ ମାନେ ଧାନ ବିକ୍ରୟ କରିବା ପାଇଁ ଅନ ଲାଇନି ମାଧ୍ୟମରେ ନାମ ପଞ୍ଜିକରଣ କରିଥିବା ଯୋଗୁ ଚାଷୀ ମାନଙ୍କ ମୋବାଇଲିକୁ ଟୋକୋନ ଆସିଯାଇଛି । ମଙ୍ଗଳବାର ଦିନ ସତ୍ୟବାଦୀ ବ୍ଳକରେ ବଳରାମପୁରଗଡ ଓ ଦାସବିଦ୍ୟାଧରପୁର ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ, ସୁରେନ୍ଦ୍ର ଦତ୍ତ, ଓ ସମବାୟ ସମିତିର ସମ୍ପାଦକ, ପରିଚାଳନା ସଦସ୍ୟ ମାନଙ୍କ ଉପସ୍ଥିତିରେ ଧାନ ମଣ୍ଡି ଖୋଲିଛି । ପ୍ରଥମ ଦିନରେ ଦୁଇଟି ସମବାୟ ସମିତିରେ ୧୨ଜଣ ଚାଷୀଙ୍କ ଠାରୁ ପ୍ରାୟ ୬୨ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଛି । ସତ୍ୟବାଦୀରେ ସମସ୍ତ ଧାନମଣ୍ଡି ବହୁ ଶିଘ୍ର ଖୋଲାଯିବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୨---୬,୨୫
Sakhigopal News, 18/1/2022