୧୮ତମ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:କଣ୍ଟାବାଞ୍ଜି ବିଜୟୀ
18th Shriram Cricket Tournament Celebrated: Kantabanji Winners.
ବଲାଙ୍ଗୀର--- ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ହାଇସ୍କୁଲ ପଡିଆ ଠାରେ ସାତ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ସଭାପତି ଶ୍ରୀକାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟିତ କ୍ରିକେଟ ମ୍ୟାଚରେ ସମାଜ ସେବି ସାମୁଏଲ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନି କୁଇକେଡା ସରପଞ୍ଚ ପୁଷ୍ପାଞ୍ଜଳି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଦଳକୁ ୧୪ହଜାର ଟଙ୍କା ଅର୍ଥ ରାଶି ଦେବା ସହ ଟ୍ରଫି ପ୍ରଦାନ କରିଥିଲେ। ରାଜକିଶୋର ଡାଙ୍ଗ,ସୁରେନ୍ଦ୍ର କୁମାର ବାଗ, ବୁଲୁ ବେହେରା, ରମେଶ ବାଗ,ବିରଞ୍ଚି ମାଝୀ,ରନୁ ବାଗ ଓ ବାରୁ ମହାନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉପବିଜେତା ଦଳକୁ ୯ହଜାର ଟଙ୍କା ଦେଇଥିଲେ। ଏସଆରସିଟି କ୍ଲବ ଦ୍ୱାରା ଅନୁଷ୍ଠିତ ମ୍ୟାଚରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଗୁଖରୁଙ୍ଗ ଓ ଷ୍ଟାର ଏକ୍ସଆଇ କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗୁଖରୁଙ୍ଗ ଦଳ ବ୍ୟାଟିଙ୍ଗ କରି ନିର୍ଧାରିତ ୧୦ ଓଭରରେ ୧୩୩ ରନ ସଂଗ୍ରହ କରିଥିଲା ପରେ କଣ୍ଟାବାଞ୍ଜି ଦଳ ୫ ବିକେଟରେ ବିଜୟୀ ହୋଇଥିଲା। ମ୍ୟାଚରେ ସୁନୀଲ ଭୋଇ,ସୁଶାନ୍ତ ସେଠ,ରାମଚନ୍ଦ୍ର ବାଗ ଓ ଯୁଗଲାଲ ନାଗ ଧାରାବିବରିଣୀ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ବାଗ ସ୍କୋର ଦାଇତ୍ଵ ତୁଲାଇ ଥିଲା। ଅନ୍ୟମାଙ୍କ ମଧ୍ୟରେ ସୌରଭ ଗହୀର,ଅନୀଲ ବଢିଆ, ଘନଶ୍ୟାମ ବାଗ,ଯଦୁ ବାଗ, ନିରୋଦ ନାଗ,ପ୍ରଶାନ୍ତ ବାଗ, ନିରୋଦ ନାଗ,ବିକାଶ ବାଗ ଓ ଦେବେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ, ୨୦/୧/୨୦୨୨---- ୯,୪୫ Sakhigopal News,20/1/2022