Breaking News

ଚିକିସ୍ଥାଧିନ ଗର୍ଭବତୀଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି ତଦନ୍ତକାରୀ ଦଳ


ଭଞ୍ଜନଗର ---
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ, ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣା କୁ ନେଇ ଆଜି ଏକ ଦୁଇଜଣିଆ ଡାକ୍ତରୀ ଦଳ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ମାର୍ଚ୍ଚ ୨୯ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିସ୍ଥାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା ।  ଜିଲା ଚିକସ୍ଥା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆଜି ମେଡ଼ିକାଲର ସେହିଦିନ ଡିୟୁଟି ରେ ଥିବା ଡାକ୍ତର, ନର୍ସ, ସୁଇପର ସମସ୍ତଙ୍କୁ ପଚରାଉଚରା କରାଯାଇଛି । ତଦନ୍ତ ପାଇଁ ଡାକ୍ତର ଭି ସରୋଜିନୀ ଦେବୀ ଓ ଜଣେ ସହଯୋଗୀ ତଦନ୍ତ କରିଛନ୍ତି । 
   ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା  ଗ୍ରାମର ଟିକିନା ସାମଲ ନାମକ ଜଣେ ଗର୍ଭବତୀ ମହିଳା, ଭଂଜନଗର ମେଡିକାଲରେ ଚିକିତ୍ସା ପାଇଁ ମାର୍ଚ୍ଚ ୨୬ ତାରିଖ ରେ ଭର୍ତ୍ତି ହୋଇଥିବା ବେଳେ ଚିକିସ୍ଥାଧିନ ଅବସ୍ଥାରେ ୨୯ ତାରିଖ ଦିନ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।  ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲରେ ମୃତଦେହ ରଖି ପରିବାର ଲୋକ ଅସନ୍ତୋଷ ଝାଡ଼ିଥିଲେ  । ଘଟଣା ସ୍ଥଳରେ ଭଞ୍ଜନଗର  ପୋଲିସ ପହଞ୍ଚି ବୁଝାସୁଝା ପରେ ମୃତଦେହକୁ ନେଇଥିଲେ ପରିବାର ଲୋକେ  । ଏବେ ତିନିମାସ ପରେ ମେଡ଼ିକାଲ  ଅଧ୍ୟକ୍ଷ  ସୀତାଅଂଶୁ ଶେଖର ଶତପଥୀ ଙ୍କ ଉପସ୍ଥିତି ରେ ଘଟଣାର ତଦନ୍ତ ଚାଲିଛି । ତଦନ୍ତର ଦିଗ କେଉଁ ଆଡ଼କୁ ଯାଉଛି ଏହାକୁ ସମସ୍ତଙ୍କର ଅପେକ୍ଷା । ନ୍ୟାୟ ମିଳିବ ସତରେ କ'ଣ ପରିବାରକୁ ନା କେବଳ କାଗଜପତ୍ର ରେ ଚାଲିବ ତଦନ୍ତ । ତାହା ସମୟ ହିଁ କହିବେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୧/୬/୨୦୨୫---୭,୪୫ Sakhigopal News 11/6/2025

Blog Archive

Popular Posts