Breaking News

ଏଟିଏମ ଲୁଟେରା ମାନେ ନୂଆ ଢ଼ଙ୍ଗରେ ୨୦ ହଜାର ୪ଶହ ଟଙ୍କା ଲୁଟ; ଥାନାରେ ଅଭିଯୋଗ

ATM robbers looted Rs 20,600 in a new way; Complaint to the police୍


ସାକ୍ଷୀଗୋପାଳ----ଏଟିଏମ ଲୁଟେରା ମାନଙ୍କର ନୂତନ ତାରିକା ମାଧ୍ୟମରେ ୨୦ ହଜାର ୪ଶହ ଟଙ୍କା ଲୁଟ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।  ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ମଦନମୋହନ ମହଲ ତଳେ ସାକ୍ଷୀଗୋପାଳ ଗ୍ରାମ୍ୟ ବ୍ୟାଙ୍କ ଏଟିଏମ ରହିଛି । ଏହି ଏଟିଏମକୁ ବିଶେଷ କରି ଗ୍ରାହକ ମାନେ ଯାଇନଥାନ୍ତି । ଏହାର ସୁଯୋଗ ନେଇ ଏଟିଏମ ଲୁଟେରା ଜଣକ ନୂତନ ଉପାୟରେ ୫ଜଣଙ୍କ ଠାରୁ ୨୦ ହଜାର ୪ଶହ ଟଙ୍କା ଲୁଟିବାରେ ସଫଳ ହୋଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଲୁଟେରା ଜଣଙ୍କ ଏଟିଏମରେ ଗହଳି ନଥିବାରୁ ଟଙ୍କା ବାହାରୁଥିବା ଏଟିଏମ ମେସିନ କବାଟ ନିକଟରେ ଅଠା ଲଗାଇ ଟଙ୍କା ଗୁଡିକକୁ ଅଟକାଇ ରଖିବାରେ ସଫଳ ହୋଇଛି । ଗ୍ରାହକ ଜଣଙ୍କ ଟଙ୍କା ଉଠାଇବା ପରେ ଏଟିଏମରୁ ଟଙ୍କା ନ ବାହାରି ମାତ୍ର ସେମାନଙ୍କ ମୋବାଇଲିକୁ ମେସେଜ ଆସିଲା ଆକାଉଣ୍ଟରୁ ଟଙ୍କା କଟିଗଲା । ଏହି ପରି ୫ଜଣ ଲୁଟର ଶିକାର ହୋଇଥିଲେ । ସାକ୍ଷୀଗୋପାଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଖବର ପାଇ ଏଟିଏମ ପାଖକୁ ଯିବା ବେଳେ ମେସିନିରେ ଅଠା ଲଗାଯାଇଥିବା ଦେଖିଥଲେ । ଏବଂ ସଙ୍ଗେ ସଙ୍ଗେ ଏଟିଏମ ମେସିନକୁ ବନ୍ଦ କରିଦେଇଥିଲେ । ଯାହା ଫଳରେକି ଗ୍ରାହକ ମାନେ ଲୁଟେରାର ଶୀକାର ହୋଇ ପାରିଲେ ନାହିଁ ।ଏହାକୁ ନେଇ ସତ୍ୟବାଦୀ ଥାନାରେ ଶାଖା ପରିଚାଳକ ମାନସ ରଞ୍ଜନ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଥବା ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୨---୪.୪୫   

Sakhigopal News, 28/1/2022

Blog Archive

Popular Posts