Breaking News

ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଳାଇଲେ ସମିତିସଭ୍ୟ ପ୍ରଶାନ୍ତ


 Prashant, a member of the Panchayat, went down to the polls
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜମିବା ଆରମ୍ଭ  ହେଲାଣି । ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର । ସେ ନିର୍ବାଚନ ମଙ୍ଗ ଧରିଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତଟି ସଂରକ୍ଷଣ ତାଲିକାରେ ରହିଛି । ଯାହାକୁ ନେଇ  ବହୁ ପ୍ରାର୍ଥୀ ନିର୍ବାଚନ ପାଗ ଭିଡି ବସିଥିଲେ । ମାତ୍ର ସଂରକ୍ଷିତ ହୋଇଯିବାରୁ ସେମାନେ  ମନ ଦୁଖଃ କରିଛନ୍ତି । ଏବେ ଉକ୍ତ ପଞ୍ଚାୟତରେ ଦୁଇ ଜଣ କରି ସରପଞ୍ଚ ଓ ସମିତିସଭ୍ୟ ପାଇଁ ପ୍ରାର୍ଥୀ ନିର୍ବାଚନ ଲଡୁଛନ୍ତି । ବିଜେଡି ସମର୍ଥୀତ  ସରପଞ୍ଚ ଗୌୀରଙ୍ଗ ମଳିକ ରହିଥବା ବେଳେ  ସମିତିସଭ୍ୟା ପାଇଁ ଝରଣା ମଲ୍ଳିକ ରହିଛନ୍ତି । ନରେନ୍ଦ୍ରପୁରସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର କିଛି ଗୋଷ୍ଠୀର ମା ମାନଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଳାଇଥିବାର ଦେଖାଯାଇଛି । ବହୁ ଶିଘ୍ର ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ନିର୍ବାଚନ ମଇଦାନକୁ ଓହ୍ଳାଇବେ ।  କଂଗେସ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ନାହିଁ । ବିଜେପି ସମର୍ଥିତ ପ୍ରାର୍ଥୀ ମାନେ ଏହାର ଫାଇଦା ନେବାକୁ ଆଶା ରଖିଛନ୍ତି । ମାତ୍ର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ବହୁ କଷ୍ଟହେବ ବିଜେଡି ହାତରୁ ସରପଞ୍ଚ ଓ ସମିତିସଙ୍ୟ ପଦବୀ ଛଡାଇ ନେବାକୁ  ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୨---୭,୫୦   Sakhigopal News, 31/1/2022

Blog Archive

Popular Posts