ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ
ବରଗଡ଼ --- ସ୍ଥାନୀୟ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ପରିସରରେ ଗୁରୁ ଭଗବାନ ସାହୁ ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ସୁବାସ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହା ସଂଘ ତଥା ସାମ୍ବାଦିକ ରକ୍ଷାକାରୀ ବିଶି , ସଭାପତି କେଦାର ମିଶ୍ର, ସଂପାଦକ ପ୍ରଦୀପ ଦେବତା ଅତିଥି ଭାବେ ଯୋଗଦେଇ ଥିଲେ। ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦଧିବାମନ ଶତପଥୀ, ଲୁଲୁ ରବୀନ ଦାସ, ଡ ତପସ୍ବିନୀ ଗୁରୁ, ଜୟଶ୍ରୀ ସାହୁ, ନୁରାବତୀ ସାହୁ,ମନୋରଞ୍ଜନ ମେହେର,ତୁଳସୀ ଚରଣ ଦାଶ, ତରଣୀ ସେନ ବୁଧିଆ,ପଞ୍ଚାନନ ବାରିକ, ଉଦ୍ଧବ ବେହେରା,କାହ୍ନୁ ପୃଷ୍ଟି, ଶିବାନନ୍ଦ ମଟାରୀ,ସମେତ ଅନେକ ସଦସ୍ୟ ଯୋଗଦେଇ ନିଜ ନିଜ ବକ୍ତବ୍ଯ ରଖିଥିଲେ । ଶେଷରେ ରବୀନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧/୨୦୨୨-----୯,୪୦
Sakhigopal News,24/1/2022