କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
Ketkipatna Nodal High School celebrates its 73rd Independence Day
ସାକ୍ଷୀଗୋପାଳ---- କରୋନା ମହାମାରୀ ପାଇଁ ବିଦ୍ୟାଳୟ ଗୁଡିକୁ ସରକାର ବନ୍ଦ ରଖିଛନ୍ତି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଅନୁପସ୍ଥିତି ରେ 73ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ପତାକା ଉତ୍ତୋଳନ କରିବା ସହିତ ସାଧାରଣତନ୍ତ୍ର ଦିବସ ପାଳନ ର ଉଦ୍ଦେଶ୍ୟ ଓ ମହତ୍ୱ କୁ ନିଜର ଅଭିଭାଷଣ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏତଦବ୍ୟତୀତ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ନାୟକ,ଶଶୀଭୁଷଣ ବେହେରା, ଭାନୁମତୀ ମହାପାତ୍ର, କଳ୍ପନା ଦଳେଇ, ବିଶ୍ୱଜିତ ପ୍ରଧାନ, ରୁନୁ ବେହେରା, ଦେବକୀ ପ୍ରଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମ୍ବିଧାନ ର ପ୍ରତିଷ୍ଠାତା ଡ଼. ବି. ଆର ଆମ୍ବେଦକର କର ଓ ଦେଶପାଇଁ ବଳିଦାନ ଦେଇଥିବା ବୀରପୁରୁଷ ମାନଙ୍କ ସ୍ମୃତିଚାରଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨୭/୧/୨୦୨୨----- ,୭,୩୦ Sakhigopal News,27/1/2022