Breaking News

ସତ୍ୟବାଦୀ ବ୍ଳକରେ ୧୨ଟି ପଞ୍ଚାୟତରେ ୧୫ଟି ୱାର୍ଡି ସଭ୍ୟ ଖାଲି ପଡିଲା

In the Satyavadi block, 15 ward members were vacant in 12 panchayats.

ସାକ୍ଷୀଗୋପାଳ---- ସତ୍ୟବାଦୀରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବଜାର ପୁରା ସରଗରମ ଆରମ୍ଭ ହୋଇଗଲାଣି । ବିଶେଷ କରି ପ୍ରାର୍ଥୀପତ୍ର ଦାଖଲ ପରେ ପରେ ରାଜନୀତି ଯୋର ଏବେ ଧରିଛି । ସତ୍ୟବାଦୀ ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତ ଓ ୩୦୫ଟି ୱାର୍ଡ ରହିଛି । ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ତାରିଖ ସମୟ ସୀମା ଶେଷ ହୋଇଯାଇଛି । ୧୨ ଗୋଟି ପଞ୍ଚାୟତରୁ ୧୫ ଗୋଟି ୱାଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ନଥିବା ଜଣାପଡିଛି । ସେଥିମଧ୍ୟରୁ ୩ଗୋଟି ପ୍ରାର୍ଥୀପତ୍ର ନାକଚ ହୋଇଛି ।  ସେଗୁଡିକ ହେଲା ଦାସବିଦ୍ୟାଧରପୁର ପଞ୍ଚାୟତର ୯ନଂ ୱାର୍ଡ,  ପେଣ୍ଠପଡା ପଞ୍ଚାୟତର ୪ଂ ୱାର୍ଡ ଓ କେତକୀ ପାଟଣା ଗ୍ରାମ ପଞ୍ଚାୟତର ୨ ନଂୱାର୍ଡ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଅନ୍ୟ ୧୨ ଗୋଟି ୱାର୍ଡରେ ସଂରକ୍ଷଣ ଯୋଗୁ ସେଠାରେ କେହି ପ୍ରାର୍ଥୀ ନ ଥିବାରୁ  ଖାଲି ପଡିଛି । ସେ ଗୁଡିକ ହେଲା ଦାସବିଦ୍ୟାଧରପୁର ପଞ୍ଚାୟତର ୪ୱାର୍ଡ , ସାଣ୍ଢରାଶାସନ୨, ଆଳିସ୧୧, ଦୁଗଲ -୭, କାଦୁଆ-୨,  ଶ୍ରୀରାମଚନ୍ଦ୍ରପୁର-୨, ବଳପୁର-୩,ସାରଙ୍ଗଯୋଡି-୩ ପରଗାପଡା-୩ଓ୭,  ରାଇଖଣ୍ଡି ଗ୍ରାମ ପଞ୍ଚାୟତର ୨ ଓ୧୧ ନଂ ୱାର୍ଡରେ ୱାଡ ସଭ୍ୟସଭ୍ୟା ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨---୭,୦୫  

  Sakhigopal News, 24/1/2022

Blog Archive

Popular Posts