ଟ୍ରେନ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ
Old man killed in train crash
ସାକ୍ଷୀଗୋପାଳ--------ସାକ୍ଷୀଗୋପାଳ ଗେଟବଜାର ନିକଟ ଦଳିତ ବସ୍ତିର ଅପର୍ଣ୍ଣା ମହାପାତ୍ର (୭୭) ବର୍ଷ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୁରୀ ଜିଆରପି ଅପମୃତ୍ୟୁ କେସନଂ୧/୨୨ରେ ଏକ କେସରୁଜ କରି ଶବବ୍ୟଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ଘଟଣାରୁ ପ୍ରକାଶ ଯେ ଅପର୍ଣ୍ଣା ଙ୍କର କାନକୁ ଭଲ କରି ଶୁଘେ ନାହିଁ । ଆଜି ସକାଳେ ଘରର ପଛପଟେ ଟ୍ରେନ ଲାଇନିକୁ ଝାଡା ଯିବା ପାଇଁ ଆସୁଥିବା ସମୟରେ ଜଟଣୀରୁ ଆସୁଥିବା ଗାଡି ନଂ୧୮୪୫୧ତପସ୍ୱନୀ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସାକ୍ଷୀଗୋପାଳ ଜିଆରପି ଫାଣ୍ଡିର ଏଏସଆଇ ରମେଶ ଚନ୍ଦ୍ର ଦାଶ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ଫାଣ୍ଡି ଏଏସଆଇ ଶ୍ରୀ ଦାଶଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗେ।।ପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୨----୯.୪୦
Sakhigopal News, 31/1/2022