Breaking News

ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ପ୍ରସ୍ତୁତି ବୈଠକ

Forest-level forest fire mitigation and management preparation meetings.
 
ଭଞ୍ଜନଗର-- ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଆନୂକୂଲ୍ୟ ରେ  ଉପଖଣ୍ଡ ସ୍ତରୀୟ ବନାଗ୍ନି ପ୍ରଶମନ ଓ ସୁପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲସିଂ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ଠାରେ, ବନଖଣ୍ଡିୟ ଅଧିକାରୀ ଅଭୟ କୁମାର ଦଳାଇ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫ୍ - ଏମ୍ ମୋତିଲାଲ୍ , ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ - ଶୂଳପାଣି ଶତପଥୀ , କୃଷି ବିଜ୍ଞାନ କେନ୍ଦ୍ର ର ଅଧିକାରୀ , ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ଗ୍ରୀଷ୍ମ ଋତୁରେ , ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷା କରାଯିବ ଏବଂ ଏ ସଂକ୍ରାନ୍ତୀୟ ସଚେତନ ବାର୍ତ୍ତା କୁ ଲୋକଙ୍କ ପାଖରେ କିଭଳି ପହଞ୍ଚିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଆସନ୍ତା ଦିନରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବା ପାଇଁ  ସମସ୍ତ ବନ ସଂରକ୍ଷଣ ସମିତି କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସମେତ  ଜଙ୍ଗଲ ନିକଟ ଅଧିବାସୀ ଙ୍କୁ ଅଧିକ ମାତ୍ରାରେ ସଚେତନ ଓ ସତର୍କ କରାଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଗତବର୍ଷ ଜଙ୍ଗଲ ନିଆଁ ଭଳି  ମନୁଷ୍ୟକୃତ ସମସ୍ୟା ଯେଭଳି ସୃଷ୍ଟି ହେବନାହିଁ  ସେ ଦିଗରେ ଉଭୟ ବନକର୍ମଚାରୀ ଓ ବନ ସଂରକ୍ଷଣ ସମିତି ସଦସ୍ୟ ମାନେ ଯତ୍ନବାନ ହେବାକୁ  ବନଖଣ୍ଡିୟ ଅଧିକାରୀ ଶ୍ରୀ ଦଳାଇ ପରାମର୍ଶ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧/୨୦୨୨---- ୧୦,୪୦   Sakhigopal News,18/1/2022

Blog Archive

Popular Posts