ଢ଼ିଙ୍କିଆରେ ପୋଲିସ ଆତଙ୍କରାଜ ବନ୍ଦ କରିବା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
Master to Maintribers to stop police to stop police in.
ଭଞ୍ଜନଗର ---- ସଂଯୁକ୍ତ କୃଷକ ମୋର୍ଚ୍ଚା ଭଞ୍ଜନଗର ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପି ଢ଼ିଙ୍କିଆ ସଂହତି ଦିବସ ଅବସରରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୧୪ ଜାନୁଆରୀ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ବର୍ବରୋଚିତ ଆକ୍ରମଣ ଓ ନିର୍ମମ ଲାଠି ଚାଳନା କଠୋର ଭାଷାରେ ନିନ୍ଦା କରିବା ସହ ଜୀବନ, ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଢ଼ିଙ୍କିଆ ଗ୍ରାମବାସୀଙ୍କ ଦାବି ପ୍ରତି ସମ୍ମାନ ଦେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଘଟଣାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ଯାଇଥିବା ପ୍ରତିନିଧି ମଣ୍ଡଳୀ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ । ଏଭଳି ଏକ ସ୍ବର୍ଷକାତର ଘଟଣାରେ ମୁଖ୍ୟମନ୍ତ୍ରୀ, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା, ଦଳିତଙ୍କ ସୁରକ୍ଷା ପାଇଁ ଥିବା କମିଶନରମାନେ ମଧ୍ୟ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁଃଖ ଦାୟକ । କମ୍ପାନୀ ପ୍ରତିଷ୍ଠା ପାଇଁଁ କଠୋର ନହୋଇ ଢ଼ିଙ୍କିଆ ଗ୍ରାମବାସୀ ଓ ରାଜ୍ୟ ବାସୀଙ୍କ ଭବିଷ୍ୟତ ପାଇଁ ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବା ପାଇଁ ମତ ଉପସ୍ଥାପନ କରିଥିଲେ ।
ଢ଼ିଙ୍କିଆରେ ପୋଲିସ ଯେଉ ନିର୍ମମ ଲାଠି ପ୍ରହାର କରିଛି ତାହାର ଉଚ୍ଚ ନ୍ୟାୟଳୟ ମାଧ୍ୟମରେ ତଦନ୍ତ କରାଯାଉ ଏବଂ ଦମନଲୀଳାରେ ସଂପୃକ୍ତ ଅଫିସରମାନଙ୍କ ତୁରନ୍ତ ଗିରଫ କରାଯାଉ । ଢ଼ିଙ୍କିଆରୁ ପୁଲିସ ବଳକୁ ହଟାଯାଉ, ଜିନ୍ଦଲ ପ୍ରକଳ୍ପକୁ ସଂପୂର୍ଣ ବାତିଲ କରି ଗ୍ରାମବାସୀଙ୍କ ଜୀବନ, ଜୀବିକା, ଭିଟାମାଟି ଓ ପରିବେଶର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ।
ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା ଓ ଭିଟାମାଟିରୁ ଉଛେଦକୁ ବନ୍ଦ କରିବା । ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ଵାଇଁ, ମୂରଳୀଧର ସାହୁ ଏବଂ ନରେନ୍ଦ୍ର ମହାନ୍ତି ସମେତ ସମସ୍ତ ନେତା ଓ କର୍ମୀଙ୍କୁ ନିସର୍ତ୍ତ ଖଲାସ କରାଯାଉ ।ନିଖୋଜ ହୋଇଥିବା ଗ୍ରମାବାସୀଙ୍କ ତଥ୍ୟ ସାର୍ବଜନୀନ ଓ ଆହତଙ୍କ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରାଯାଉ ।
ଖାଦ୍ୟ ସଂକଟ ଓ ରୋଜଗାର ପାଇଁ ସଂଘର୍ଷ କରୁଥିବା ପରିବାରଙ୍କୁ ତୁରନ୍ତ ରିଲିଫ ଓ ଥାଇଥାନ ପ୍ୟାକେଜ ଘୋଷଣା କରାଯାଉ ।
ଜୀବିକା ବିପନ୍ନକାରୀ ଓ ପରିବେଶ ଧ୍ବଂସକାରୀ ଜିନ୍ଦଲ କମ୍ପାନୀ ପ୍ରତିଷ୍ଠା ବଦଳରେ କୃଷିଭିତିକ ଶିଳ୍ପ ଜନଗଣଙ୍କ ସହମତିରେ ପ୍ରତିଷ୍ଠା କରାଯାଉ । ଜିନ୍ଦଲ କମ୍ପାନୀର ଗୁଣ୍ଡା ସାଜିଥିବା ଜଗତସିଂହପୁର ଏସ ପିଙ୍କୁ ସେଠାରୁ ତୁରନ୍ତ ହଟାଯାଉ। ଏହି ପ୍ରତିବାଦରେ ଅଖିଳ ଭାରତ କୃଷକ ସଭା ର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭା ର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଶଶୀ ଗୈ।ଡ, ହରେକୃଷ୍ଣ ସାହୁ ଆଦି ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧/୨୦୨୨---- ୮,୪୫
Sakhigopal News,20/1/2022