Breaking News

ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ

ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ 
ଭଞ୍ଜନଗର --- ଘୁମୁସର ବିକାଶ ପରିଷଦ ର ଏକ ଜରୁରୀ ବୈଠକ ନାୟକ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସୋମନାଥ ନାୟକ ସଭାପତିତ୍ୱ କରିଥିଲେ । ଟ୍ରଷ୍ଟ ର ଅନ୍ୟ ନ୍ୟାସୀ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ରବିନାରାୟଣ ସାମନ୍ତ, ସୁଶାନ୍ତ ପାତ୍ର, ଗୋପାଳଚନ୍ଦ୍ର ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ୧୩ତାରିଖରେ ବ୍ରହ୍ମପୁର ସମ୍ବଲପୁର ଭାୟା ଆସିକା ଭଞ୍ଜନଗର ଫୁଲବାଣୀ ରେଳପଥ ପାଇଁ ହୋଇଥିବା ଆନ୍ଦୋଳନ ଉପରେ ସମୀକ୍ଷା ହୋଇଥିଲା । ସ୍ଥାନୀୟ ଓକିଲ ସଂଘ ନେତୃତ୍ୱରେ ପରିଚାଳିତ ଏହି ଆନ୍ଦୋଳନ ରେ ବଣିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ସାମ୍ବାଦିକ ସଂଘ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର, ସହରର କବି କଳାକାର ଓ ବିଶିଷ୍ଟ ବ୍ୟକ୍ତି ମାନେ ବାଇକ ରାଲି ରେ ଯୋଗ ଦେଇ ବ୍ରହ୍ମପୁର ରୁ ସଚେତନତା ରଥ ନେଇ ଆସିଥିବା ଜିଲ୍ଲାକ୍ରିୟାନୁଷ୍ଠାନ କମିଟିର ସଭ୍ୟ ଓ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ଏ ଆନ୍ଦୋଳନ ବାର୍ତ୍ତାକୁ ଦିଲ୍ଲୀ ଦରବାରରେ ପହଂଚାଇବା ପାଇଁ ନିକଟ ରେ ଏକ ସିଭିଲ ସୋସାଇଟି ଘୁମୁସର ବିକାଶ ପରିଷଦ ନେତୃତ୍ୱ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସାକ୍ଷାତ କରିବା ପାଇଁ ନିଷ୍ପତି ହୋଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଡଃ ବାଳକୃଷ୍ଣ ପଣ୍ଡା ସ୍ଥାନୀୟ ବିଧାୟକ ଙ୍କ ସହ  ଫରେଷ୍ଟ ବଙ୍ଗଳାରେ ସାକ୍ଷାତ କରି ଆଲୋଚନା କରିଥିଲେ ।  ବିଧାୟକ ନିକଟରେ ପ୍ରଧାନ ମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କୁତିନି ସାଂସଦ ଙ୍କୁ ନେଇ ଏ ରେଳପଥ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଚେଷ୍ଟା ଚଳାଇ ବାକୁ ପ୍ରତିଶୃତି ଦେଇଥିବା ନେଇ ପରିଷଦ ବୈଠକ ରେ ସନ୍ତୋଷ ପ୍ରକାଶ ପାଇଥିଲା । ତଥାପି ଏ ଆନ୍ଦୋଳନ ଜାରୀ ରଖି ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବାକୁ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏହା ସହିତ ଦୋରା ବିଶୋଇଙ୍କ ଏକ ପ୍ରତିମୂର୍ତ୍ତି କୋଦଣ୍ଡା ଛକ ଓ ଭୁବନେଶ୍ୱର ରେ ଚକରା ବିଶୋଇଙ୍କ ଏକ ପୂର୍ଣ୍ଣା ବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ପାଖରେ ଦାବୀ ଜଣାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ଙ୍କ ଠାରୁ ସୂଚନା ମିଳିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୫/୬/୨୦୨୫---୬,୨୫ Sakhigopal News,15/6/2025

Blog Archive

Popular Posts