କୁଇଣ୍ଟାଲ ପ୍ରତି ୪ରୁ ୧୦ କେଜି କାଟ ନେବାକୁ ମିଲର ଜିଦ ; ଏହାକୁ ନେଇ ଚାଷୀ ଉତ୍ତେଜନା, ଜିଲ୍ଲାପାଳ ନଜର ଦେବାକୁ ଦାବି
Miller's insistence on cutting 8 to 10 kg per quintal; Farmers are agitating over this, demanding that the district attorney look into the matter.
ସାକ୍ଷୀଗୋପାଳ----- ଧାନମଣ୍ଡିରେ କୁଇଣ୍ଟାଲ ଧାନ ପ୍ରତି ୪ରୁ ୧୦ କେଜି ଧାନ କାଟ ନେବାକୁ ମିଲରଙ୍କ ଦାବି । ଏହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା । ଧାନ ବସ୍ତା ଧରି ରାସ୍ତା ଉପରେ ବସି ରହିଲେ ଚାଷୀ । ଶେଷରେ ସମବାୟ ସମିତି ଓ ଚାଷୀ ମାନଙ୍କ ମଧ୍ୟରେ ଆପେଷ ବୁଝାମଣା ପରେ ମଣ୍ଡିରୁ ଧାନ ଉଠିଛି । ସତ୍ୟବାଦୀ ବ୍ଳକର ବିଭିନ୍ନ ଧାନ ମଣ୍ଡି ଗୁଡିକରେ ମିଲର ମାନେ ଦାଦାଗିରି କରୁଥିବା ଜଣାପଡିଛି । ଏପରିକି ସେମାନେ ମନଇଛା ଧାନ କାଟ କରି ଚାଷୀ ମାନଙ୍କୁ ଶୋଷଣ କରୁଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଯାହାକି ଚାଷୀ ମାନେ କୌଣସି ବାଟ ନ ପାଇ ମିଲର ମାନଙ୍କର ଶୀକାର ହେଉଛନ୍ତି । ସୁଚନାଯୋଗ୍ୟଯେ ବଳପୁର ଗ୍ରାମ ପଞ୍ଚାୟତର ବଳପୁର ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଖୋଲିଥିଲା । ପ୍ରଥମ ଦିନରେ ପ୍ରାୟ କିଛି ଚାଷୀ ଧାନ ବିକ୍ରୟ କରିବା ପାଇଁ ଟୋକନ ପାଇଥିଲେ । ସେମାନେ ସେମାନଙ୍କର ଧାନ ମଣ୍ଡିକୁ ଆଣିଥିଲେ । ମାତ୍ର ମିଲର ସେଠାକୁ ଆସି ଧାନ ଦେଖିବା ପରେ କୁଇଣ୍ଟାଲ ପ୍ରତି ୮ କେଜି କାଟ ନେବାକୁ ଜିଦ କରିଥିଲା । ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ମିଲର ମଣ୍ଡି ଛାଡି ପଳାଇ ଯିବାରୁ ଚାଷୀ ମାନେ ବା୍ମ ହୋଇ ଧାନ ବସ୍ତାସହ ରାସ୍ତା ଉପରେ ବସି ରହିଥିଲେ । ପରେ ପରେ ସମବାୟ ସମିତିର ସମ୍ପାଦକ ଓ ଚାଷୀ ମାନଙ୍କ ମଧ୍ୟରେ ଏକ ଆଲେଚନା କରାଯିବା ପରେ ଧାନ ମଣ୍ଡିରୁ ମିଲର ଉଠାଇଥିଲା । ଅନ୍ୟ ପକ୍ଷେ ଜୱାଦ ବାତ୍ୟାର ନଜର ଦେଇ ମିଲର ମାନେ ଚାଷୀ ମାନଙ୍କ ଧାନ କିଣିବା ସମୟରେ ଯୋର ଜବରଦସ୍ତ କାଟ ନେବାକୁ କହୁଛନ୍ତି । ଅନ୍ୟ ପକ୍ଷେ ସବୁ ମଣ୍ଡିରେ ଖରାପ ଧାନ ଆସୁନାହିଁ । ଅନେକ ମଣ୍ଡିରେ ଭଲ ଧାନ ଚାଷୀ ମାନେ ଆଣୁଛନ୍ତି । ଥରେ ମଣ୍ଡିରେ କାଟ ନିରୁପଣ ହୋଇଗଲେ ଭଲ ଧାନ ଆଣିଲେ ମଧ୍ୟ କାଟ ସେହି ପରିମାଣର ଦେବାକୁ ପଡିବ ବୋଲି ଚାଷୀ ମାନେ କହନ୍ତି । ମିଲରଙ୍କ ଉପରେ ଜିଲ୍ଲାପାଳ ଅଙ୍କୁଶ ଲଗାଇବା ପାଇଁ ଚାଷୀ ଶଙ୍କର ପ୍ରଧାନ, ରତ୍ନାକର ପ୍ରଧାନ, ନବଘନ ସେଠୀ ପ୍ରମୁଖ ଦାବି କରିଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଯୋଗାଇଦେଉଥିବା ସୁତୁଲି ଅଖା ପଇସା କିଏସେ ଖାଉଛି ତାହା ମଧ୍ୟ ଜିଲ୍ଲାପାଳ ନଜର ଦେବାକୁ ଚାଷୀ ମାନେ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨----୬,୫୫ Sakhigopal News, 24/1/2022