Breaking News

ଜଗନ୍ନାଥ ମନ୍ଦିର ଉନ୍ନତି କରଣକୁ ଆସିଥିବା ଅର୍ଥକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ; ତରବରିଆ ଭାବରେ ଠିକାଦାରଙ୍କ ତାଳିପକା କାମକୁ ସାଧାରଣରେ ନିନ୍ଦା




ଜଟଣୀ :-- ସ୍ଥାନୀୟ ଵାଛରା ପାଟଣା ଅଞ୍ଚଳରେ ସରକାରୀ ଗୋଚର ଜମିରେ ଥିବା ଜଗନ୍ନାଥ ମନ୍ଦିରର ପରିଚାଳନାକୁ କେନ୍ଦ୍ର କରି ଜୟୀ ରାଜଗୁରୁ କ୍ଲବ କମିଟି ଓ ଉକ୍ତ ଅଞ୍ଚଳର କିଛି ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ୨୦୨୪ ଫେବୃୟାରୀ ମାସରେ ବିରୋଧୀ ମନୋଭାବ ଯୋଗୁଁ ସ୍ଥାନୀୟ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ମହିଳାମାନେ ମନ୍ଦିର କବାଟରେ ଚାବି ପକାଇ ଦେଇଥିଲେ । ଯାହା ଫଳରେ ପ୍ରାୟ ୨୫ ଦିନ ଧରି ମନ୍ଦିରରେ ତାଲା ପଡି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା । ଏବଂ ଠାକୁର ଉପବାସରେ ରହିଥିଲେ । ଏହାକୁ ନେଇ ଜଗନ୍ନାଥ ପ୍ରେମୀ ତଥା ସମଗ୍ର ସହରରେ ଅଶାନ୍ତି ବ୍ୟାପିଥିଲା l ଏପରିକି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମଧ୍ଯ ଭର୍ତ୍ତି ହୋଇଥିଲେ l ସୂଚନା ଅନୁସାରେ ଜୟୀ ରାଜଗୁରୁ କ୍ଲବ ପକ୍ଷରୁ ତାହାର ସଭାପତି ଡଃ ମୁରଲୀଧର ଶାସ୍ତ୍ରୀ ଉକ୍ତ ମନ୍ଦିରର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୫ ଟି ସଚିବଙ୍କ ଜରିଆରେ ଏକ ପତ୍ର ଲେଖି ଅନୁରୋଧ କରିଥିଲେ l ସଚିବ ଉକ୍ତ ଲେଖାକୁ ଭିତ୍ତିକରି ତା ୧୭-୧୦-୨୩ ରେ ପତ୍ର ସଂଖ୍ୟା ୫୧୨୮ ରେ କ୍ଲବ ସଭାପତିଙ୍କ ନିକଟକୁ ତାଙ୍କ ପତ୍ର ବିଚାରକୁ ନିଆ ଯାଇଛି ଏବଂ ମନ୍ଦିରର ଉନ୍ନତିକରଣ ପାଇଁ ୬ ଲକ୍ଷ ଟଙ୍କା ନଗରପାଳିକା ମାଧ୍ୟମରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା l ଏହାପରେ ପୌରପାଳିକା ପକ୍ଷରୁ ତା ୭-୧୧-୨୩ ରେ ୫୪୪୪ ଏକ କାର୍ଯ୍ୟାଦେଶ ଇସ୍ୟୁ କରାଯାଇଥିଲେ ହେଁ କ୍ଲବ କର୍ତ୍ତୃପକ୍ଷଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ କାର୍ଯ୍ୟାଦେଶ ହସ୍ତାନ୍ତର ନକରି ତା ୨୭-୯-୨୪ ରେ ଉକ୍ତ କାର୍ଯ୍ୟାଦେଶକୁ ବାତିଲ କରି କାଉନ୍ସିଲ ରେଜଲୁସନରେ ଅନୁମୋଦନ କରି ୭-୫-୨୫ ରେ ୨୫୭୨ ସଂଖ୍ୟା ଉଲ୍ଲେଖିତ ଏକ କାର୍ଯ୍ୟାଦେଶ ସତ୍ୟବ୍ରତ ନାୟକ ନାମକ ଜଣେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା l ପୌରପାଳିକାର ଏଭଳି ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ କ୍ଲବ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏନପିସି ୯୩୨୪/୨୫ ରେ ତା ୮-୪-୨୫ ରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାପରେ ନ୍ୟାୟାଳୟ ପକ୍ଷରୁ ଜୟୀ ରାଜଗୁରୁ କ୍ଲବକୁ କାର୍ଯ୍ୟାଦେଶ ଦିଆଯିବ କି ଦିଆଯିବ ନାହିଁ ବୋଲି ଏବଂ ରିଜିନ ଆଦେଶ ଦିଆଯାଇଥିଲା I ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଆଦେଶ ପରେ ନଗରପାଳିକା ପକ୍ଷରୁ ତା ୧୪-୫-୨୫ ରେ ଚିଠି ନଂ ୩୦୨୮ ଆଧାରରେ ଅଭିଯୋଗକାରୀ କ୍ଲବ ସଭାପତିଙ୍କୁ କୁହାଗଲାକି ପୌରପାଳିକା ପକ୍ଷରୁ ଆପଣଙ୍କୁ ୭-୧୧-୨୩ ରେ କାର୍ଯ୍ୟାଦେଶ ଦିଆଯାଇଥିଲା କିନ୍ତୁ ଆପଣ ଉକ୍ତ କାର୍ଯ୍ୟକୁ ଏକ ମାସ ମଧ୍ୟରେ ଆରମ୍ଭ ନକରିବାରୁ ଆମ୍ଭେ ସତ୍ୟବ୍ରତ ନାୟକ ନାମକ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛୁ l ସେହିପରି ପୌରପାଳିକା ତା ୧୧-୫-୨୫ ରେ ଉଚ୍ଚ ନ୍ୟାୟାଳୟର ଆଦେଶ ପାଇଛୁ ବୋଲି ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ ହେଁ ପୋଷ୍ଟାଲ ତଥ୍ୟ ଅନୁସାରେ ତା ୨୯-୪-୨୬ ରେ ନୋଟିସ ପୌରପାଳିକାର ହସ୍ତଗତ ହୋଇଛି ବୋଲି କୋର୍ଟ ଉପଲବ୍ଧି କରିଥିଲେ l ସେହିପରି ଏହି ନିମ୍ନମାନର ଓ ପୌରପାଳିକାର ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ସ୍ଵେଚ୍ଛାସେବୀଙ୍କ ପକ୍ଷରୁ କରାଯାଇଥିବା ଡବ୍ଲ୍ୟୁପିସି ସଂଖ୍ୟା ୧୫୦୬୪/୨୫ ଏକ ପିଆଇଏଲ ଦାୟାର କରାଯାଇଥିବା ବେଳେ ତା ୩୦-୫-୨୫ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଉକ୍ତ ଅଭିଯୋଗକୁ ଭିତ୍ତିକରି ଖୋରଧା ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ l ସେହିପରି ଏହି ଅଭିଯୋଗର ଶୁଣାଣୀ ଆସନ୍ତା ୨୩-୬-୨୫ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ସମ୍ପୃକ୍ତ କରି ଜିଲ୍ଲାପାଳଙ୍କ ଆଦେଶ ନାମା ଚିଠି ସଂଖ୍ୟା ୨୨୯୦୮ ତା ୨-୬-୨୫ ରେ ସରକାରୀ ଜମିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଭୁବନେଶ୍ଵର ଉପଜିଲ୍ଲାପାଳଙ୍କୁ ଚିଠି କରିଥିଲେ l ତଦନୁଯାୟୀ ଉପଜିଲ୍ଲାପାଳ ଏହାର ନକଲ ତହସିଲଦାରଙ୍କୁ ପ୍ରେରଣ କରିଥିଲେ l ତେବେ ଆଶ୍ଚର୍ଯ୍ୟର ବିଷୟ ନ୍ୟାୟପାଳିକା ଓ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ନଗରପାଳିକାର ଦାୟିତ୍ଵରେ ଥିବା ନିର୍ବାହୀ ଅଧିକାରୀ ନିର୍ମାଣ କାର୍ଯ୍ଯ ଜାରି ରଖିଥିଲେ l ଅନ୍ୟପକ୍ଷରେ ଜୟୀ ରାଜଗୁରୁ କ୍ଲବ ପକ୍ଷରୁ ୱାର୍କ ଅର୍ଡ଼ର ବାତିଲକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଏକ କାର୍ଯ୍ୟ ସ୍ଥଗିତାଦେଶ ତା ୨୪-୬-୨୫ ପର୍ଯ୍ୟନ୍ତ ଜାରି କରାଯାଇଥିବା ଜଣାପଡିଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମନ୍ଦିରର ନବୀକରଣ ପାଇଁ ଦିଆଯାଇଥିବା ସରକାରୀ ଅର୍ଥ ଏକ ପଞ୍ଜୀକୃତ ସଂସ୍ଥା ଦ୍ଵାରା କରାଯିବାର ଷ୍ଟାଣ୍ଡିଂରୁଲ ଥିବାବେଳେ ସମ୍ପୃକ୍ତ ନିର୍ବାହୀ ଅଧିକାରୀ କେଉଁ ସ୍ୱାର୍ଥ ଦୃଷ୍ଟିରୁ ପଞ୍ଜୀକୃତ ସଂସ୍ଥାର ୱାର୍କ ଅର୍ଡ଼ର କୁ ରଦ୍ଦ କରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ଠିକାଦାରକୁ ସମସ୍ତ ନ୍ୟାୟାଳୟ ଆଦେଶ, ସରକାରି ନିୟମ ଓ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ଏବଂ ମାନ୍ୟବର ନ୍ୟାୟାଳୟଙ୍କୁ ମିଥ୍ୟା ତଥ୍ୟ ଦେବାକୁ ମଧ୍ୟ ପଛାଇନଥିବା ସାଧାରଣରେ ଆଲୋଚନା ହେଉଛି l ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କି ଜଟଣୀ ନଗରପାଳିକାରେ କେଉଁଭଳି ଭାବେ ଦୁର୍ନୀତି ଓ ସରକାରୀ ଅର୍ଥକୁ ହଡ଼ପ କରିବା ନିମନ୍ତେ ସୁଚିନ୍ତିତ ଷଡ଼ଯନ୍ତ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୬/୨୦୨୫---୮,୧୦ Sakhigopal News,12/6/2025

Blog Archive

Popular Posts