କୋଭିଡ କଟକଣାକୁ ଫୁ ; ଥାନାରେ ମାମଲା ରୁଜ , ବହୁ ଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ
Blow to the cochlear implant; The case is being re-assigned to another police station
ସାକ୍ଷୀଗୋପାଳ----- ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଭା, ସମିତି ଉପରେ ରୋକ ଲଗାଇଛନ୍ତି । ମାତ୍ର ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ସାଗରସ୍ନାନ ମେଲଣ ପଡିଆରେ ଏକ ବଡ ଧରଣର କର୍ମୀ ସମ୍ଭଳନୀ ତଥା ନିଜ ସପକ୍ଷରେ ସରପଞ୍ଚ ପ୍ରାର୍ଥୀ ପାଇଁ ଏକ ସଭା କରାଯାଇଥିଲା ।ଉକ୍ତ ସଭାରେ ଯୋଗ ଦେଇଥିବା କର୍ମୀ ମାନଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ରକ୍ଷା କରାଯାଇନଥିଲା । ଯାହାକି ପ୍ରାୟ ଦୁଇଶହରୁ ଅଧିକ ଲୋକ ଏକାଠି ଜମା ହୋଇ ସଭା କରୁଥିଲେ ବୋଲି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ୨୨/୨୨ରେ ଏକ ମାମଲା ରୁଜ କରାଯାଇଛି । ବହୁ ଶିଘ୍ର ସେଠାରେ ସଭା ଆୟୋଜନ କରିଥିବା ନେତା ଓ ଆଗ ଧାଡିର କର୍ମୀ ମାନଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨---୮,୧୫ Sakhigopal News, 21/1/2022