Breaking News

ପୃଥକ ପୃଥକ ଦୁର୍ଘଟଣା ରେ ଜଣେ ମୃତ୍ୟୁ ଜଣେ ଗୁରୁତର

One person was killed and several others were injured in what became known as the Cold War


ଭଞ୍ଜନଗର–  ଗାଙ୍ଗପୁର ଥାନା ଅନ୍ତର୍ଗତ , ଆସିକା –  ଭଂଜନଗର ରାସ୍ତାର ଖଇରପୁଟି ନିକଟରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଆସିକା ସହରର ଅସିତ୍ କୁମାର ନାୟକ । ବୁଧବାର ଅପରାହ୍ନରେ ଆସିକା ରୁ ଭଂଜନଗର ଯାଉଥିବା ବେଳେ  କୈାଣସି ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିବା କୁହାଯାଉଛି । ଫଳରେ ରାସ୍ତାକଡ ରେ ଥିବା , ଲୁହା ଗାର୍ଡଓ୍ବାଲ୍ ରେ ପିଟି ହୋଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ଭଂଜନଗର ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତକ  ଜଣକ ଆସିକା ବ୍ଳକ ଅଞ୍ଚଳର ଜଣେ  ଶିକ୍ଷକ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକେଲ ଜବତ କରି  ଘଟଣା ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ ଦେବ୍ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି । ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଫାଣ୍ଡି ନିକଟ ଗୁଜୁରାଳି ଗ୍ରାମ ଠାରେ ଡାଲା ଅଟେ ଧକ୍କାରେ ମହିଳା ଗୁରୁତର ।ସେହେଲେ ଷୋରିସମୂଳୀ ଗ୍ରାମର କୁନି ମଲ୍ଲିକ ।ଖବର ନେବାରେ କୁନିର ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଗୁଜୁରାଳି ଗ୍ରାମ ନିକଟରେ ଥିବା ପାର୍ଥଲେଜିକି କୁ ସ୍ବାକ୍ଷାତ କରିବା ପାଇ ଅଟେରେ ଆସି ଓଲେଇବା ସମୟରେ ପଛପଟୁ ଏକ ଡାଲାଅଟୋ ଦୁତଗତିରେ ଆସି କୁନିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିବା ବେଳେ ତୁରୁମୁ ସରପଞ୍ଚ ରବିନ୍ଦ୍ରପ୍ରଧାନ ଖବର ପାଇ ଦୁଘର୍ଟଣା ଘଟଣାଇ ଥିବା ଅଟୋ ପିଛା କରି ତୁରୁମୁ ପଞ୍ଚାୟତ କାର୍ଯ୍ୟଳୟ ଠାରେ କାବୁକରିବାରେ ସକ୍ଷମ ହେଇଥିଲେ । ଅଟୋ ଚାଳକକୁ ଧରି ଆଣି ଦୁଘର୍ଟଣାରେ ଗୁରୁତର ଆହତ ହେଇଥିବା କୁନିକୁ ୧୦୮ ଗାଡି ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । ଏଠାରେ କୁନିର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନା ପରେ କଟକ ବଡ ଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।ଏହି ଦୁଘର୍ଟଣା ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଦୁଘର୍ଟଣା ଘଟାଇଥିବା ଅଟେ ଚାଳକ ସୋମନାଥ ରଣାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା  ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୭/୧/୨୦୨୨-----୯,୧୦ 
Sakhigopal News,27/1/2022

Blog Archive

Popular Posts