Breaking News

ବହଲି ଗ୍ରାମରେ ଅଗ୍ନିକାଣ୍ଡ,; ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡିଗଲା

Fire in Bahli village,; Millions of dollars worth of property was burned.



 
ବଲାଙ୍ଗୀର---- ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବହଲି ଗ୍ରାମରେ ଆଜି ଚନ୍ଦ୍ରଭାନୁ ପୋଢ଼ ନାମକ ଜଣେ ଗରିବ ବ୍ୟକ୍ତିଙ୍କ ବାସ ଘରେ ନିଆଁ ଲାଗିଯାଇଥିଲା ।  ଏହି ଅଗ୍ନିକାଣ୍ଡରେ ତାଙ୍କର ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।ଲୋକଙ୍କ କହିବା ଅନୁସାରେ ଘରେ ରୋଷାଇ କରୁଥିବା ସମୟରେ  ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି । ଏହି ଅଗ୍ନିକାଣ୍ଡରେ ତିରିଶି ବସ୍ତା ଧାନ, ଚାଉଳ, ପନିପରିବା ଓ ପିନ୍ଧିବା ବସ୍ତ୍ର ସହିତ ବହୁତ ଟଙ୍କାର ଜିନିଷ ପତ୍ର ପୋଡ଼ିକି ପାଉଁଶ ହୋଇଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ଏକ ଦୀନ ମଜୁରିଆ ଓ ଗରିବ ଶ୍ରଣୀର ହୋଇ ଥିବାରୁ ମାନସିକ ଚିନ୍ତାରେ ଅଛନ୍ତି ପରିବାର ବର୍ଗ । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହୋଉଛି ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ , ୨୨/୧/୨୦୨୨---୧୦,୩୫
 Sakhigopal News,22/1/2022

Blog Archive

Popular Posts