ନିଖୋଜ ଯୁବକର ଝୁଲନ୍ତା ମୃତ ଦେହ ଉଧାର , ଆତ୍ମହତ୍ୟା ସନ୍ଦେହ
Suspected dead body of missing youth, suicide suspect.
ଭଞ୍ଜନଗର - ଦୁଇଦିନ ପୂର୍ବରୁ ଘରୁ କେଉଁଆଡେ ଚାଲିଯାଇଥିଲା ଯୁବକ । ନିଖୋଜ ଥିବା ପୁଅ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯିବା ପୂର୍ବରୁ , ଗାଁ ପାଖ ପାହାଡ଼ ରେ ଏକ ଗଛରେ ମୃତଦେହ ଝୁଲି ରହିଥିବାର ଖବରପାଇଲେ ପରିବାର ଲୋକେ । ଘଟଣା ସ୍ଥଳରେ ପହଞ୍ଚି ଦେଖିଲେ ଝୁଲି ରହିଥିବା ମୃତଦେହ ତାଙ୍କ ନିଖୋଜ ପୁଅର । ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଗେରେଡା ଗ୍ରାମର , ହାଡ଼ି ଗୈାଡ ଙ୍କ ପୁଅ ଚିନୁ ଗୈାଡ(୨୦) ବୋଲି ଜଣାପଡିଛି । ଗାଁ ପାଖ ଟୁଲିଆଗଡ ପାହାଡରେ ଥିବା ମହିଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାରାସିଂ ଥାନା ରେ ଏକ ଲିଖିତ ଅଭିଯୋଗ ଜଣାଇଲେ ବାପା ହାଡ଼ି ଗୈାଡ । ଥାନା ସୂତ୍ରରୁ ମିଳିଥିବା ଖବର ପ୍ରକାରେ , ଚିନୁ ଗତ ୧୪ ତାରିଖ ସକାଳୁ ଗାଧେଇବାକୁ ଟୁଲିଆଗଢ ପାହାଡ ନିକଟରେ ରହିଥିବା ଗାଡିଆକୁ ଯାଇଥିଲା । ଦୀର୍ଘ ସମୟ ଧରି ଘରକୁ ଫେରିନଥିଲା । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେଇଥିଲେ । ରବିବାର ଦିନ ଅପରାହ୍ନ ରେ ଗେରେଡା ଗ୍ରାମର କିଛି ଲୋକ ସେହି ପାହାଡକୁ ପତ୍ର ତୋଳିବାକୁ ଯାଇଥିବା ବେଳେ , ଏକ ମହି ଗଛରେ ଚିନୁର ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ମୃତକର ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚିଥିଲେ । ଘଟଣା ସଂକ୍ରାନ୍ତରେ ତାରସିଂ ପୁଲିସକୁ ଖବର ଦେବା ପରେ ତାରସିଂ ଥାନା ପୋଲିସ ପହଞ୍ଚି , ଚିନୁର ମୃତଦେହକୁ ଜବତ କରିବା ସହ ,ତଦନ୍ତକରି ଭଞ୍ଜନଗର ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ସୋମବାର ଦିନ, ମୃତଦେହ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ ତାରସିଂ ଥାନା କେସ ନଂ- ୩/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ,ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧/୨୦୨୨----୧୦,୪୫ Sakhigopal News, 18/1/2022