Breaking News

ଠାକୁର ଅନୁକୂଳଚନ୍ଦ୍ରଙ୍କର ସାକ୍ଷୀଗୋପାଳଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ

Thakur Anukulchandra's Sakshigopalagamani Centenary Remembrance Festival

 

ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଛକ ନିକଟ ସତସଙ୍ଗ ବିହାର ପରିସରରେ ଭର୍ଚୁଆଲ ମାଧ୍ୟମରେ ପରମ ପ୍ରେମମୟ  ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ସାକ୍ଷୀଗୋପାଳ ଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି । ସକାଳ ୪.୩୦ରେ ସାହାନାଇ, ୫.୩୦ରେ ଉଷାକୀର୍ତ୍ତନ, ୬.୨୨ରେ ପ୍ରାତକୀର୍ତ୍ତନ ( ପ୍ରାର୍ଥନା ), ଦିବା ୧୦ ଘଣ୍ଟିକା ସଂଗୀତାଞ୍ଚଳୀ , ୧୧ ଘଟିକାରେ ଭଚ୍‌ୁ୍ରଆଲ ମାଧ୍ୟମରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ରେ ଏସପିଆର ଭୁବନେଶ୍ୱର ସତସଙ୍ଗ ବିହାରର ଗୋପିନାଥ ତ୍ରିପାଠୀ  ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବାର୍ଷିକପୁସ୍ତିକା ତପୋଦିପାବଳୀ ଦେଓଘରର ପତିରତିକି ବିନାୟକ ମହାପାତ୍ର ଓ ଅନ୍ୟ  ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଭୁବନେଶ୍ୱରର ସହ ପତିରିତିକି ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ବକ୍ତା ଭାବେ ଭୁବନେଶ୍ୱରର ସହ ପତିରିତିକ ଅଭୟ କୁମାର ପରିଡା ଓ ଦେଓଗଡର ସହପତିରିତିକ ଶ୍ରୀଧର ସୁନ୍ଦର ମିଶ୍ର ପ୍ରମୁଖ ଯୋଗଦେଇ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ମଣିଷ ସତମାଗରେ ଆଗେଇ ପାରିବ ବୋଲି କହିଥିଲେ । ପୁରୀ ସତସଙ୍ଗ ଠାକୁର ବାଡିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଧେଶ୍ୟାମ ମିଶ୍ର, ହରେକୃଷ୍ଣ ମହାନ୍ତି, ଉଦୟନାଥ ମିଶ୍ର, ନଗେନ କୁମାର ମହାନ୍ତି ଉମା ଶଙ୍କର ମିଶ୍ର, ପ୍ରହଲ୍ଲାଦ ଘଟୁଆରୀ, ଶିଶିର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ନରେ ପ୍ରସାଦ ସେବନ କରାଯାଇଥିଲା । ସଂଧ୍ୟାରେ ଆଳତି କରାଯିବା ପରେ ଭଚ୍‌ୁର୍ଆଲ ମାଧ୍ୟମରେ ସତସଙ୍ଗ କରାଯାଇଥିଲା । କୋଭିଡ କଟକଣା ଯୋଗୁ ନଗର ପରିକ୍ରମା ଓ ଭଜନ କୀର୍ତ୍ତନ ବନ୍ଦ ରଖାଯାଇଥିଲା ।

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୨------୮,୧୫    

Sakhigopal News, 25/1/2022

Blog Archive

Popular Posts