ପୁରୀ ---ଭୁବନେଶ୍ବର ୩୧୬ ଜାତିୟ ରାଜପଥ ଉପରେ ନାଗାସାଧୁ ବେଶରେ ପଥଚାରୀ ଙ୍କୁ ଲୁଟପାଟ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ୩୧୬ନଂ ଜାତିୟ ରାଜପଥ ର ପଟ୍ଟନାୟିକିଆ ଛକ ଉପରେ ତିନି ଜଣ ନାଗା ବେଶ୍ ଧାରି ଯୁବକ ମାନେ ବିଭିନ୍ନ କଥା କହି ପଥଚାରୀ ଙ୍କୁ ଲୁଟପାଟ କରୁଥିଲେ। ଏପରିକି ବାଟରେ ଲିପିଟି ମାଗି ଲୁଟି ଚାଲିଥିଲେ । ବ୍ରହ୍ମଗିରି ଅଞ୍ଚଳର ସୈମ୍ଯରଞ୍ଜନ ସାହୁ ତାଙ୍କ ବାପା, ସାନଭାଇ ପିପିଲି ରୁ ପୁରୀ କୁ ନିଜ କାରରେ ଫେରୁଥିଲେ । ପଟ୍ଟନାୟିକିଆ ଛକରେ ନାଗାବେଶ ଧାରି ତିନିଜଣ ଯୁବକ ସମାନ ଢଙ୍ଗରେ ତାଙ୍କ ଗାଡି କୁ ଅଟକାଇ ଫୁଲ, ବିଭୁତି, କିଛି ପୂଜା ଟଙ୍କା ଦେଇ ତୁମେ ଏହାକୁ ମନି ପସ ରେ ରଖିଲେ ଧନ ବଢିବ କହିଥିଲେ । ସଙ୍ଗେ ସଙ୍ଗେ ମନିପସ ଛଡେଇ ନେବା ସହ ପ୍ରାୟ ୨୫ ହଜାର ଟଙ୍କା ଲୁଟି ନେଇଥିଲେ ବୋଲି ସତ୍ଯବାଦୀ ଥାନା ରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଥିଲେ। ସାଧୁ ବେଶ ଧାରି ମାନେ ବିଭିନ୍ନ ଧମକ ଚମକ ଦେଇ ଲୁଟ କରୁଥିଲେ । ପୁଲିସ ଖବର ପାଇ ସେଠାରେ ପହଞ୍ଚି ଲୋକଙ୍କ ସହାୟତାରେ ଜଣକୁ ଧରିବାରେ ସଫଳ ହୋଇଥିଲେ । ବାକି ଦୁଇ ଜଣ ଫେରାର ହେବାରେ ସଫଳ ହୋଇଥିଲେ. ଧରାପଡ଼ିଥିବା ଅଭିଯୋଗ କାରିଙ୍କ ପାଖରୁ 5000 ଟଙ୍କା ସହିତ ଅନ୍ୟାନ ଅନୁସଙ୍ଗିକ ଜବତ କରାଯାଇଛି। ସତ୍ୟବାଦୀ ଥାନା କେସନଂ ୧୮୮ରେ ଏକ ମାମଲା ରୁଜ କରାଯାଇ ମୁଦାଲା କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ଯବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ଅଭିଯୁକ୍ତ ଜଣକ ନାମ ହେଉଛନ୍ତି ରଞ୍ଜନ ସିଂ ୨୫ ବାପାଙ୍କ ନାମ ମହେନ୍ଦ୍ର ସିଂ, ବିକାଶ ନଗର,ସୋନିପଟ, ହରିଆଣା ବୋଲି ଜଣାପଡିଛି। ସୁଚନା ଯୋଗ ଯେ ଆଗକୁ ଆସୁଛି ରଥଯାତ୍ରା। ପୁରୀ କୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବ । ହରିୟଣା ରୁ ଏମାନେ ଆସି ପୁରୀ ଜିଲ୍ଲାରେ ଲୁଟପାଟ କରୁଥିଲେ ମଧ୍ୟ ପୋଲିସ ପାଖରେ କୋୖଣସି ସୁଚନା ନାହଁ। ପୁଣି ଦୁଇଜଣ ସେଠାରୁ ଖସି ଯିବାରେ ସଫଳ ହୋଇଛନ୍ତି ବୋଲି ପୋଲିସ କହୁଛି। ଏମାନେ ଆସନ୍ତା ରଥଯାତ୍ରାରେ ବଡ଼ ଅଘଟଣ ନ ଘଟାଇବେ ବୋଲି କହି ହେବନାହିଁ ବୋଲି ସାକ୍ଷୀଗୋପାଳ ରୁ ବୁଦ୍ଧିଜୀବିମାନେ କହନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୧୨/୬/୨୦୨୫---୯,୩୫ Sakhigopal News,12/6/2025